Indus Valley Times

ଡ୍ରେନ୍‌ରେ ପଡି ନାବାଳକ ମୃତ୍ୟୁ ଘଟଣା, ରିପୋର୍ଟ ଦେଲା ବିମ୍‌ସି

 Breaking News

ଡ୍ରେନ୍‌ରେ ପଡି ନାବାଳକ ମୃତ୍ୟୁ ଘଟଣା, ରିପୋର୍ଟ ଦେଲା ବିମ୍‌ସି

ଡ୍ରେନ୍‌ରେ ପଡି ନାବାଳକ ମୃତ୍ୟୁ ଘଟଣା, ରିପୋର୍ଟ ଦେଲା ବିମ୍‌ସି
June 20
16:49 2024

ଭୁବନେଶ୍ୱର,୨୦/୬: ଭୁବନେଶ୍ବରରେ ମୁକୁଳା ଡ୍ରେନକୁ ନେଇ ବାରାମ୍ବାର ଅଭିଯୋଗ ଉଠୁଥିଲେ ମଧ୍ୟ ଚେତୁନି ବିଏମସି। ଶୁକ୍ରବାର ଡ୍ରେନରେ ପଡି ନାବାଳକର ମୃତ୍ୟୁ ହେବା ପରେ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଗତକାଲି ଈଗଉକୁ ଏନେଇ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ।
କେତେ ଡ୍ରେନ ମୁକୁଳା ଅଛି ଓ କେତେ କାମ ବାକି ରହିଛି ଏନେଇ ସମସ୍ତ ବିବରଣୀ ଦେବାକୁ କୁହାଯାଇଥିଲା। ଯାହାପରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ବିଏମସି।
ରିପୋର୍ଟରେ ଡ୍ରେନେଜ ବିଭାଗର ଅଧକାରୀଙ୍କୁ ଦାୟୀ କରିଛି ବିଏମସି। ଏନେଇ ଜଣେ ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କ ପାଇଁ କାଳ ସାଜୁଛି ମୁକୁଳା ଡ୍ରେନ୍। ସହରର ବିପର‌୍ୟ୍ୟସ୍ତ ଡ୍ରେନ୍ ବ୍ୟବସ୍ଥା ପାଇଁ ମୃତ୍ୟୁର କରାଳ ଆଁରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ। ମଙ୍ଗଳବାର ମୁକୁଳା ଡ୍ରେନ୍ରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି।
ବିଏମ୍ସିର ବିଫଳତା ପାଇଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାବେଳେ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ସାଜିଥିବା ମନେହେଉଛି। ଫଳରେ ଗତ ୯ବର୍ଷରେ ୮ଜଣଙ୍କ ଜୀବନ ଗଲାଣି। ଡ୍ରେନ ନିର୍ମାଣ ଠାରୁ ଆରମ୍ଭ କରି ଡ୍ରେନ ସଫା ପର‌୍ୟ୍ୟନ୍ତ ବିଏମ୍ସି ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି। ମାତ୍ର ଅଧିକାଂଶ ଡ୍ରେନ ମୁକୁଳା ପଡ଼ିଥିବାବେଳେ ଆଉ କେତେକ ସ୍ଥାନରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଅପରପକ୍ଷେ ସମସ୍ତ ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଏକ ରାୟରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଏମ୍ସି ଏହାକୁ ପାଳନ କରୁନାହିଁ। ସେହିପରି ମୁକୁଳା ଡ୍ରେନ୍ ଗୋଟିଏ ପରେ ଗୋଟିଏ ଜୀବନ ନେଉଥିଲେ ମଧ୍ୟ ବିଏମ୍ସି କର୍ତ୍ତୃପକ୍ଷ ଚେତୁ ନାହାନ୍ତି।
ବିଶେଷକରି ବର୍ଷାଦିନ ପୂର୍ବରୁ ଡ୍ରେନ୍ ସଫା କାମ ନ ସାରିବା, ସଫା ପରେ ସମ୍ପୃକ୍ତ ଡ୍ରେନ୍ରେ ତୁରନ୍ତ ଘୋଡ଼ଣୀ ନ ପକାଇବା, ଅଧିକାଂଶ ଡ୍ରେନ୍ ମୁକୁଳା ପଡ଼ିଥିବାବେଳେ ସେଥିରେ ସ୍ଲାବ ନ ପକାଇବା କିମ୍ବା ସତର୍କତାମୂଳକ ବାଉଁଶ ବ୍ୟାରିକେଡ୍ ବା ସତର୍କ ସୂଚନା ଫଳକ ନ ଲଗାଇବା କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟି ଚାଲିଛି।
ସହରରେ ୭୭କି.ମି.ର ୧୦ଟି ମୁଖ୍ୟ ଡ୍ରେନ୍ ରହିଥିବାବେଳେ ୯୨୪.୨୭କି.ମି ଆଭ୍ୟନ୍ତରୀଣ ବା ଶାଖା ଡ୍ରେନ୍ ରହିଛି। ପ୍ରତିବର୍ଷ ନୂଆ ଡ୍ରେନ ନିର୍ମାଣ, ପୁନରୁଦ୍ଧାର ଓ ମରାମତି ବାବଦକୁ ବିଏମ୍ସି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏକାଧିକ ଏଜେନ୍ସି ଲଗାଇ କାମ କରାଉଛି। ଖରା କିମ୍ବା ଶୀତ ଦିନେ ଡ୍ରେନ୍ କାମ ନ ହୋଇ ବର୍ଷା ଆରମ୍ଭରୁ କାମ କରାଯାଉଛି। ଫଳରେ ଅଧିକାଂଶ ଅଞ୍ଚଳରେ ଅଧାପନ୍ତରିଆ ସଫେଇ କାମ ସହ ଡ୍ରେନ୍ ମୁକୁଳା ପକାଇ ଠିକାଦାର ଚାଲିଯାଉଛନ୍ତି। ଏପରି କି ନିର୍ମାଣ ସାମଗ୍ରୀ ଏବଂ ସଫେଇରୁ ବାହାରୁଥିବା ବର୍ଜ୍ୟ ଠିକ୍ ଭାବେ ଉଠାଯାଉ ନ ଥିବାରୁ ବର୍ଷା ହେଲେ ଜଳ ନିଷ୍କାସନ ବାଟ ବନ୍ଦ ହେଉଛି। ଅସରାଏ ବର୍ଷା ହେଲେ ଡ୍ରେନ୍, ରାସ୍ତା ସବୁ ଏକାକାର ହୋଇ ବାରମ୍ବାର ଦୁର୍ଘଟଣା ପଡୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031