Indus Valley Times

ବହୁ ଚର୍ଚ୍ଚିତ ସୁଚନା କର୍ମୀ ହତ୍ୟା ମାମଲା: ଓ୍ବାରେଣ୍ଟ୍ ବଳରେ ଦୁଇ ଗିରଫ,ତିନି ଫେରାର

 Breaking News

ବହୁ ଚର୍ଚ୍ଚିତ ସୁଚନା କର୍ମୀ ହତ୍ୟା ମାମଲା: ଓ୍ବାରେଣ୍ଟ୍ ବଳରେ ଦୁଇ ଗିରଫ,ତିନି ଫେରାର

ବହୁ ଚର୍ଚ୍ଚିତ ସୁଚନା କର୍ମୀ ହତ୍ୟା ମାମଲା: ଓ୍ବାରେଣ୍ଟ୍ ବଳରେ ଦୁଇ ଗିରଫ,ତିନି ଫେରାର
June 20
20:10 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୦/୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ପୁଣି ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍ ।
ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ଏବେ ବି ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଉକ୍ତ ହତ୍ୟା ଘଟଣାରେ ଅଭିଯୁକ୍ତ ବାଲିଗୁଡ଼ାର ଶ୍ୟାମସୁନ୍ଦର ପାତ୍ର ଓ ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଥିବା ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ଏହି ଘଟଣାର ଅନ୍ୟ ଅଭିଯୁକ୍ତ , ଗୋପାଳ ଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପାତ୍ର ଓ ଅନ୍ନଦା ପ୍ରସାଦ ଆଚାର‌୍ୟ୍ୟ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି। ଓଡିଶା ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତ ଆନ୍ନଦା ପ୍ରସାଦ ଆଚାର‌୍ୟ୍ୟଙ୍କ ଜାମିନ୍ ଆବେଦନ ଖାରଜ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ ୨୦୧୯ ମସିହା ଡିସେମ୍ବର ମାସ ୧୦ ତାରିଖ ସକାଳେ ବାଲିଗୁଡା ଅଞ୍ଚଳର ଜଣାଶୁଣା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ତାଙ୍କ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ଦୁର୍ବୁତ୍ତ ମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଅଭିମନ୍ୟୁଙ୍କ ପରିବାର ପକ୍ଷରୁ ଦିଆ ଯାଇଥିବା ଏତଲା ଆଧାରରେ ପୁଲିସ ୧୮୮/୨୦୧୯ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ପରେ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡକୁ ଗଞ୍ଜାମ ଜିଲ୍ଲା ଆସ୍କାରୁ ଗିରଫ କରାଯିବା ସହିତ ସମୁଦାୟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍ ।
ତେବେ ଉପରୋକ୍ତ ଅଭିଯୁକ୍ତ ମାନଙ୍କ ନାମ ଏତାଲାରେ ଥିଲେ ମଧ୍ୟ ପୁଲିସ ସେମାନଙ୍କ ନାମକୁ ଚାର୍ଜସିଟରୁ ବାଦ୍ ଦେଇଥିଲା । ପରେ ବ୍ରହ୍ମପୁର ସେସନ୍ସ ଜଜଙ୍କ ଅଦାଲତରେ ଘଟଣାର ଶୁଣାଣି ବେଳେ ସାକ୍ଷୀ ମାନଙ୍କ ବୟାନକୁ ନେଇ ହତ୍ୟା ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ଅନୁଭବ କରି ଏମାନଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
କିନ୍ତୁ ଅଭିଯୁକ୍ତ ମାନେ ସମନ ସତ୍ତ୍ୱେ ଅଦାଲତରେ ହାଜର ହୋଇ ନଥିଲେ। ପରେ ଅଭିଯୁକ୍ତ ଅନ୍ନଦା ଉଚ୍ଚ ନ୍ୟାୟାଳୟରେ ଅଗ୍ରୀମ ଜାମିନ୍ ପାଇଁ ଆବେଦନ କରିଥିଲେ।
ତେବେ ଉଚ୍ଚ ଅଦାଲତ ଏହାର ବିଚାର କରି ଆବେଦନ ଖାରଜ କରିଥିବା ଜଣାପଡିଛି। କୋର୍ଟର ଆଦେଶକୁ ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହୋଇଥିଲା ଏବଂ ଓ୍ବାରେଣ୍ଟ୍ ବଳରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031