Indus Valley Times

ବୌଦ୍ଧଜିଲ୍ଲାରେ ଦଶମ ବିଶ୍ଵ ଯୋଗ ଦିବସ, ଶତାଧିକ ସ୍ଥାନରେ ପାଳିତ

 Breaking News

ବୌଦ୍ଧଜିଲ୍ଲାରେ ଦଶମ ବିଶ୍ଵ ଯୋଗ ଦିବସ, ଶତାଧିକ ସ୍ଥାନରେ ପାଳିତ

ବୌଦ୍ଧଜିଲ୍ଲାରେ ଦଶମ ବିଶ୍ଵ ଯୋଗ ଦିବସ, ଶତାଧିକ ସ୍ଥାନରେ ପାଳିତ
June 21
20:45 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୬ : ବୌଦ୍ଧଜିଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପେକ୍ଷିରେ ଆଜି ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହରର ଐତିହାସିକ ମହାନଦୀ ଆଳତି ଘାଟ, ଟାଉନ୍ ହଲ୍, ବୌଦ୍ଧ ବ୍ଲକ୍, ମାଉସୀ ମା ମନ୍ଦିର, କେନ୍ଦ୍ରୀୟ ବିଦ୍ୟାଳୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଜିଲ୍ଲା ନ୍ୟାୟାଳୟ, ସ୍ୱତନ୍ତ୍ର କାରାଗାର, ବୁଟୁପାଲି ଖେଳ ପଡିଆ,ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ମଡେଲ ଡିଗ୍ରୀ କଲେଜ,ଜବାହର ନବୋଦୟ ବିଦ୍ୟାଳୟ,ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ,ସମସ୍ତ ଚିକିତ୍ସାଳୟ ଓ ଅଗ୍ରୱାଲା ଭବନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲାପାଳ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ,ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ଜିଲାପରିଷଦର ମୁଖ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପବିତ୍ର ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ,ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ, ପ୍ରମୋଦ କୁମାର ପ୍ରଧାନ, ଏନ୍. ୱାଇ.କେ. ର ଉତ୍ତମ ମହାକୁଡ ପରିଚାଳନା କରିଥିଲେ ।
ଯୋଗ ପ୍ରଶିକ୍ଷକ ଭାବେ ଯୋଗଗୁରୁ ଦେବାଶିଷ ପୁରୋହିତ,ବରୁଣ ମହନ୍ତ, ହୃଷୀକେଶ ପ୍ରଧାନ, ଦିଲ୍ଲୀପ ଚୌଧୁରୀ, ବିକାଶ ଅଗ୍ରୱାଲା, ନଟବର ଅଗ୍ରୱାଲା, ସୁନୀତା ଦାଶ, ସୁବାସ ଭୋଇ, ତୃପ୍ତି ଅଗ୍ରୱାଲା, ପ୍ରଜ୍ଞା ଦାଶ, ସୌମ୍ୟା ସୁମନ ପୁରୋହିତ, ଲିପ୍ସା ମିଶ୍ର, ଦାମୋଦର ମିଶ୍ର, ମିନୁପ୍ରସାଦ ମିଶ୍ର, ଆଶାରାଣୀ ମିଶ୍ର, କଲ୍ୟାଣୀ ଶତପଥି, ରାଜଲକ୍ଷ୍ମୀ ବିଶ୍ଵାଳ, ସଂଯୁକ୍ତା ମହାପାତ୍ର, ବିଜୟ କୁମାର ସାହୁ ଓ ସୁଜ୍ଞାନ ପାତ୍ର ପ୍ରମୁଖ ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ କରାଇଥିଲେ । ଆଜିର କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ନିଜେ ଯୋଗ କରିବା ସହିତ ଅନ୍ୟମାନଙ୍କୁ ଯୋଗ କରାଇବା ପାଇଁ ସଂକଳ୍ପ ପାଠ କରାଯାଇଥିଲା । ସମସ୍ତ ପ୍ରତିଭାଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥିସହିତ କାର‌୍ୟ୍ୟକ୍ରମରେ ପ୍ରାର୍ଥନା,ଯୋଗ,ଧ୍ୟାନ,କ୍ରିୟା,ପ୍ରାଣାୟାମ ଓ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031