Indus Valley Times

ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଆର ଡବ୍ଲୁ ସବ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

 Breaking News

ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଆର ଡବ୍ଲୁ ସବ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

July 25
11:14 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୫/୭ : ଲାଂଚ ନେବା ହେଲା କାଳ। ଅତି ଲୋଭ କରି ଭିଜିଲାନ୍ସ ଜାଲରେ ପଡ଼ିଲେ ପାଟଣାଗଡ଼ ଆର ଡବ୍ଲୁ ସବ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ୍ କୁମାର ପାଢ଼ୀ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରି ଗିରଫ କରିଛି ।
ଏହା ସହିତ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଆଜି ପୂର୍ବାହ୍ନ ରେ ସୁଜିତ୍ କୁମାର ପାଢ଼ୀ ତାଙ୍କ କାର୍ଯ୍ୟାଳୟ ରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା । ତେବେ ତାଙ୍କୁ ପଚରା ଉଚୁରା ପାଇଁ ସୋନପୁର ନିଆଯାଇଥିବା ଜଣାପଡିଛି । ପ୍ରକାଶ ଯେ ସୁଜିତ୍ କୁମାର ପାଢ଼ୀ ଜଣେ ଠିକାଦାର ଙ୍କ ଏକ ଫାଇନାଲ ବିଲ କରିବାକୁ ୫୦ ହଜାର ଟଙ୍କା ଦାବି କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031