Indus Valley Times

ବ୍ରାହ୍ମଣୀ କେଜିବିଭିକୁ ପାମ୍ପରା କରିଦେଲେଣି ! ଦୁର୍ବଳା ଅଧିକାରିଣୀକୁ ଉଦାସୀନ ଅଧିକାରୀ : ଭଗବାନଙ୍କ ଭରସାରେ ଶହେ ଅନ୍ତେବାସିନୀ

 Breaking News

ବ୍ରାହ୍ମଣୀ କେଜିବିଭିକୁ ପାମ୍ପରା କରିଦେଲେଣି ! ଦୁର୍ବଳା ଅଧିକାରିଣୀକୁ ଉଦାସୀନ ଅଧିକାରୀ : ଭଗବାନଙ୍କ ଭରସାରେ ଶହେ ଅନ୍ତେବାସିନୀ

August 21
17:48 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ସଇଁନ୍ତଳା, ୨୧/୮:ସଇଁନ୍ତଳା ବ୍ଲକ୍ ର କସ୍ତୁରବା’ ଗାନ୍ଧୀ ବାଳିକା ବିଦ୍ୟାଳୟ ବା କେଜିବିଭିର ଦୂରବସ୍ଥା ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ।
ଗାଁ’ ମୁଣ୍ଡ ଅପନ୍ତରାରେ ୨୦୧୪ର ରଙ୍ଗଛଡା ପୁରୁଣା ହଷ୍ଟେଲ ବିଲଡିଂ ସାଙ୍ଗକୁ ଏଠାରେ ପାଠପଢ଼ାର ବ୍ୟବସ୍ଥା ନଥିବା ଓ ଏଠାରୁ ପ୍ରାୟ ଅଢେଇ କିମି ଦୂରରେ କୁମ୍ଭାରି ଓ ଡେଙ୍ଗ୍ ଗ୍ରାମରେ ଥିବା ସ୍କୁଲରେ ପଢୁଥିବା ୯ମ ଓ ୧୦ମ ଶ୍ରେଣୀର ଛାତ୍ରୀଙ୍କ ପାଇଁ ଏକ ନିର୍ମାଣାଧୀନ ନୂଆ ହଷ୍ଟେଲ ସହ ଅକ୍ଷର ଲିଭି ଯାଇଥିବା ଗେଟ୍ , ଅସୁରକ୍ଷିତ ଅନୁଚ୍ଚ ପାଚେରୀ ଏବଂ ବଣବୁଦା ଘେରା ଛାତ୍ରୀନିବାସକୁ ଦେଖିଲେ ଏଇ ପାମ୍ପରା ଦୁଇମହଲା କୋଠାର ଭଙ୍ଗାଦଦରା ପାମ୍ପରା କୋଠରୀରେ ଯେ ୧୦୦ ଅନ୍ତେବାସିନୀ କିଶୋରୀଛାତ୍ରୀ କିପରି ରହୁଥିବେ,କଳ୍ପନା କରିବା କଷ୍ଟକର।
ଅନତିଦୂରରେ ଗାଁ’ ଭିତରେ ଅବସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନ୍ୟାନ୍ୟ ପିଲାମାନଙ୍କ ସହ ଏହି ଛାତ୍ରୀଛାତ୍ରୀମାନେ ପାଠପଢନ୍ତି।ଏଇ ସ୍କୁଲର ସମୁଦାୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦+୧୩୨ = ୨୩୨।
ଦୀର୍ଘ ୭ ବର୍ଷ ଧରି ଏହି ସ୍କୁଲ ଓ ୨୦୧୧ରୁ ଖୋଲିଥିବା କେଜିବିଭିର ପ୍ରଧାନଶିକ୍ଷୟିତ୍ରୀ ବନାମ ସୁପରିଣ୍ଟେଣ୍ଡେଣ୍ଟ୍ ଅଛନ୍ତି ସ୍ନେହାଞ୍ଜୁଳା ନନ୍ଦ ଓ କେଜିବିଭିର ମେଟ୍ରନ୍ ବନ୍ଦିତା ଶତପଥୀ।ସ୍କୁଲ୍ ର ୭ଜଣ ଶିକ୍ଷକ / ଶିକ୍ଷୟିତ୍ରୀ , ୨ ଜଣ ସ୍ଥାୟୀ/ ଅସ୍ଥାୟୀ ରାନ୍ଧୁଣୀଙ୍କୁ ନେଇ ତାଙ୍କର ଶିକ୍ଷାସଂସାର।
ତେବେ ଆମର ପ୍ରତିନିଧି ଦଳ ଗତକାଲି ଏଇ ସ୍କୁଲକୁ ଗଲାବେଳେ କୌଣସି ପିଅନ ନ ଥିବାରୁ ନିଜେ ପ୍ରଧାନଶିକ୍ଷୟିତ୍ରୀ ଅଫିସ୍ କୁ ଟାଣି ଟାଣି ଦୁଇତିନୋଟି ପ୍ଲାଷ୍ଟିକ୍ ଚୌକି ଆଣି ପକାଇ ଘାବୁରେଇ ଗଲାପରି ଲାଗୁଥିଲେ।
ନା ତ ସେ କହିପାରିଲେ ସ୍କୁଲଗୁଡିକୁ ମିଳୁଥିବା ପି ଏଫ୍ ଏମ ଏସ ପାଣ୍ଠି ସମ୍ପର୍କରେ,ନା ଥିଲା କୌଣସି ଖାତାପତ୍ର (ପଚାରିବାରୁ ଅଡିଟ ଥିବାରୁ ଘରକୁ ନେଇଯାଇଛି ସଫେଇ ଦେଲେ ) , ନା ସ୍କୁଲର ସାମଗ୍ରୀ କେଉଁ ଭେଣ୍ଡରଙ୍କ ଠାରୁ କିଣନ୍ତି ପଚାରିଲେ,ସେ ‘ ଭେଣ୍ଡର ‘ କ’ଣ ବୋଲି ପ୍ରଥମେ ବୁଝି ନପାରି କିଛିବେଳ ପରେ ଦୁଇଜଣ ଦୋକାନୀଙ୍କ ନାଁ କହିଲେ ଓ କେଜିବିଭିର ଡାଏଟ୍,ପାଇଖାନାଦି ପରିଷ୍କାର ପରିଚ୍ଛନ୍ନତା ବା ସୁବିଧା ଅସୁବିଧା ସମ୍ପର୍କରେ କିଛି ଜାଣିଥିବା ଜଣାପଡିଲା।
ଛେପ ଢୋକି ଢୋକି ଖାଲି କହିଲେ,୧୦ ଜଣିଆ ସ୍କୁଲ କମିଟିର ସଭାପତି ଅଛନ୍ତି ଗାଁର ତପୀ ଜାନୀ।ଜାନୀବାବୁଙ୍କ ଦେଖା ହୋଇପାରିଲାନି।
ତେବେ ପ୍ରତି ଛାତ୍ରୀ ପିଛା ସରକାର ୮୦ଟଙ୍କାର ଦୈନିକ ମେସ୍ ଖର୍ଚ୍ଚ,ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚବାର୍ଚ୍ଚ,ପୋଷାକ ବା ୟୁନିଫର୍ମ,ସ୍ବାସ୍ଥ୍ୟାବସ୍ଥାଦିର କୌଣସି କ୍ଷେତ୍ରରେ ସୁବ୍ୟବସ୍ଥା ଥିବା ଜଣାପଡିଲା ନାହିଁ।
ପଶ୍ଚାତାପ ହେଲା , କାହିଁକି ଯେ ସରକାର ବନାମ ସର୍ବଶିକ୍ଷା ଅଭିଯାନ ବା ସମଗ୍ରଶିକ୍ଷାର ଶିକ୍ଷାବିଭାଗ ଓ ଏଥିପାଇଁ ଅନ୍ୟ କର୍ତ୍ତୃପକ୍ଷମାନେ ରହିବା ସତ୍ତ୍ୱେ ଏପରି ଏକ ଅପନ୍ତାରରେ କାହା ସ୍ବାର୍ଥରେ ଏଠାରେ କେଜିବିଭି ବା ଶହେଟି ଛାତ୍ରୀଙ୍କର ଏକ ସ୍ବତନ୍ତ୍ର ଆବାସିକ ଶିକ୍ଷାନୁଷ୍ଠାନ ରହିଛି,ବୁଝିବା ଦୁଷ୍କର।
ପ୍ରଧାନଶିକ୍ଷୟିତ୍ରୀଙ୍କ କହିବାନୁଯାୟୀ,କୁଆଡେ ଗତ ମେ ମାସରେ ଡିପିସି ତଥା ଡିଇସି ଧ୍ରୁବ ଚରଣ ବେହେରା ଯାଇଥିଲେ ସେଠିକି।
ତେବେ ତାଙ୍କ ଆଖିରେ କେମିତି ଏ ବିବର୍ଣ ଖଣ୍ଡହର୍ ପରି ଦିଶୁଥିବା ଛାତ୍ରୀନିବାସ ସହ ଅନ୍ୟାନ୍ୟ ଅବ୍ୟବସ୍ଥାର ଦୃଶ୍ୟ ପଡିଲାନାହିଁ ଓ ଏତେଦିନରେ ସେ କି ପଦକ୍ଷେପ ନେଲେ,ତାଙ୍କୁ ପଚାରିଲେ ଜଣାପଡିବ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031