Indus Valley Times

ଏକାଦଶାହ ଭୋଜି ଖାଇ ଡାଇରିଆରେ ୩ ମୃତ, ୨୦ ଆକ୍ରାନ୍ତ

 Breaking News

ଏକାଦଶାହ ଭୋଜି ଖାଇ ଡାଇରିଆରେ ୩ ମୃତ, ୨୦ ଆକ୍ରାନ୍ତ

ଏକାଦଶାହ ଭୋଜି ଖାଇ ଡାଇରିଆରେ ୩ ମୃତ, ୨୦ ଆକ୍ରାନ୍ତ
September 20
17:51 2024

ମୟୂରଭଞ୍ଜ, ୨୦/୯ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗାଁରେ ଏକାଦଶାହ ଭୋହ ଭୋଜି ହୋଇଥିଲା। ଏହି ଭୋଜି ଖାଇବା ପରେ ଗାଁର ତଥା ଗାଁ ବାହାରୁ ଆସିଥିବା କିଛି ଲୋକଙ୍କର ଜି ଖାଇବା ପରେ ଝାଡ଼ାବାନ୍ତି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେହିଭଳି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗାଁର ୨୦ରୁ ଅଧିକ ଲୋକଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲି ଗାଁରେ ଏକ ଏକାଦଶାଝାଡ଼ାବାନ୍ତି ହୋଇଥିଲା। ତେଣୁ ସେମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର କରଞ୍ଜିଆ ଗାଁରେ ମୃତ୍ୟୁ ଘଟିଛି।
ମୃତକ ଦ୍ୱୟ ହେଉଛନ୍ତି, ରାଜକିଶୋର ନାଏକ (୬୨) ଓ ନିଦ୍ରାବତୀ ନାଏକ (୫୦)। ନିଦ୍ରାବତୀଙ୍କ ଘର କରଞ୍ଜିଆରେ। ସେ ଆଲବନ୍ଧର ଉକ୍ତ ଏକାଦଶାହ ଭୋଜି ଖାଇବାକୁ ଆସିଥିଲେ।
ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଭୟ କୁମାର ଦାଶ ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଆଲବନ୍ଧ ଗାଁକୁ ଯାଇ ସ୍ଥିତି ପରଖିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30