Indus Valley Times

ବିଜେଡିର ବନ୍ଦ ଡାକରା ପ୍ରତ୍ୟାହୃତ, କାଲି କରିଥାନ୍ତା ହରତାଳ

 Breaking News

ବିଜେଡିର ବନ୍ଦ ଡାକରା ପ୍ରତ୍ୟାହୃତ, କାଲି କରିଥାନ୍ତା ହରତାଳ

September 23
12:15 2024

ଭୁବନେଶ୍ୱର,୨୩/୯: ବିଜେଡି ପକ୍ଷରୁ ୨୩ ତାରିଖ ମଙ୍ଗଳବାର ପାଇଁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି।
ଏନେଇ ବିଜେଡି ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀ କରାଯାଇ ଘୋଷଣା କରାଯାଇଛି। ଭରତପୁର ଥାନାରେ ଘଟିଥିବା ଘଟଣା ପାଇଁ ଏହି ବନ୍ଦ ଡାକରା ଦିଆଯାଇଥିଲା।
ରୋଡ୍ ରୋମିଓଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ ଥାନାକୁ ସହାୟତା ପାଇଁ ଯାଇଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ସହାୟତା ଦେବା ବଦଳରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ସରକାର ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ୬୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଆସିବ।
ହାଇକୋର୍ଟଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତ ତ୍ୱରାନ୍ବିତ ହେବ। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେଡି କହିଛି, ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ଆମେ ଆନ୍ଦୋଳନ ପ୍ରତ୍ୟାହୃତ କରିନେଉଛୁ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31