Indus Valley Times

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଶାନ୍ତ

 Breaking News

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଶାନ୍ତ

September 25
08:01 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୫/୯ : ପିଲାଟି ଦିନରୁ ମାଁ ବାପ ଛେଉଣ୍ଡ ହୋଇ ବଡ଼ଭାଇ ସଦାନନ୍ଦ ପାତ୍ର ଏବଂ ଅନ୍ୟ ଭାଇ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିପାଳିତ ହୋଇଥିବା ପ୍ରଶାନ୍ତ ନିଜ ଉଦ୍ୟମ ବଳରେ ମାର୍ଶଲ ଆର୍ଟ ରେ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।
ପ୍ରଥମେ ବଲାଙ୍ଗୀର ର ଏକ ମାର୍ଶଲ ଆର୍ଟ ସଂସ୍ଥା ରେ ଆତ୍ମରକ୍ଷା କୌଶଳ ଶିକ୍ଷ୍ୟା କରି ପରେ ସେତେବେଳେ ବ୍ରହ୍ମପୁର ର ଲି ମାନ୍-ଚୁରିଆନ୍ ବ୍ଲାକ କୋବ୍ରା କୁଙ୍ଗ ଫୁ ଏବଂ ପରେ ଇଣ୍ଡିଏନ ଫାଇଟ ସ୍କୁଲ ସଂସ୍ଥା ରେ ଦୀର୍ଘ ବର୍ଷ ଶିକ୍ଷ୍ୟା ଗ୍ରହଣ କରି ଥାର୍ଡ ଡନ୍ ବ୍ଲାକ ବେଲ୍ଟ ର ଅଧିକାରୀ ହୋଇ ପାରିଛନ୍ତି।
ବ୍ରହ୍ମପୁର ର ଏହି ସଂସ୍ଥା ର ପ୍ରଶିକ୍ଷକ ତଥା ଇଞ୍ଜିନିୟର ମନୋରଞ୍ଜନ ମହାପାତ୍ର ଙ୍କ ପ୍ରଶିକ୍ଷଣ ଶିବିରରେ ଦୀର୍ଘ ବର୍ଷ ଶିକ୍ଷ୍ୟା ଗ୍ରହଣ ପରେ ତାଙ୍କ ନିଜସ୍ଵ ଉଦ୍ୟମ ରେ ବଲାଙ୍ଗୀର ଜିଲ୍ଲାରେ ୨୦୦୦ ମସିହାରୁ ଏକ ମାର୍ଶଲ ଆର୍ଟ ସଂସ୍ଥା ଖୋଲି ଅନେକ ଛାତ୍ର ଙ୍କୁ ବ୍ଲାକ ଵେଲ୍ଟ ଶିକ୍ଷ୍ୟା ଦେଇ ସ୍ବାବଲମ୍ବୀ କରି ପାରିଛନ୍ତି।
ଏବେ ପେନକାକ ସିଲାଟ ମାର୍ଶଲ ଆର୍ଟ ସଂସ୍ଥା ରେ ଯୋଡ଼ି ହୋଇ ତାର ଫ୍ରାଞ୍ଚାଇଜ୍ ଆଣି ତାଙ୍କ ନିଜସ୍ଵ ସଂସ୍ଥା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମାର୍ଶଲ ଆର୍ଟ କୁ ଉପରୋକ୍ତ ସଂସ୍ଥା ରେ ଅନୁବନ୍ଧିତ କରାଇ ଅନେକ ଛାତ୍ର ଛାତ୍ରୀ ଙ୍କୁ ଆତ୍ମ ସୁରକ୍ଷା ତାଲିମ ଦେଇ ସାରିଛନ୍ତି।
ଏହି ସଂସ୍ଥା ର ଛାତ୍ର ଛାତ୍ରୀ ମାନେ ଅନେକ ମାର୍ଶଲ ଆର୍ଟ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରି ସ୍ଵର୍ଣ୍ଣ, ରୋପ୍ୟ ଏବଂ ବ୍ରୋଞ୍ ପଦକ ହାସଲ କରି ଅନୁଷ୍ଠାନ ର ଗର୍ବ ଗୌରବ ଅକ୍ଷ୍ୟୁର୍ଣ୍ଣ ରଖିଛନ୍ତି।
ପ୍ରଶାନ୍ତ ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପରିସ୍ଥିତି ରେ ଝିଅ ହେଉ କି ପୁଅ ସଭିଏଁ ଆତ୍ମରକ୍ଷା କୌଶଳ ଶିକ୍ଷ୍ୟା ଗ୍ରହଣ କରିବା ଉଚିତ୍।ଏହି ଶିକ୍ଷ୍ୟା ବଳରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରିବେ।
ଏହି ଆର୍ଟ ବଳରେ ଆତ୍ମରକ୍ଷା ଏବଂ ସୁରକ୍ଷା ସହ ସୁନ୍ଦର ଶରୀର ଗଠନ ସ୍ବାସ୍ଥ୍ୟବାନ୍ ଓ ରୋଗମୁକ୍ତ ହୋଇ ରହି ପାରିବେ।ସରକାର ପ୍ରତି ସ୍କୁଲ ମାନଙ୍କରେ ବାଳିକା ମାନଙ୍କ ପାଇଁ ମାର୍ଶଲ ଆର୍ଟ ଶିକ୍ଷ୍ୟା ପାଇଁ ଅନୁଦାନ ଦେଉଛନ୍ତି।
ଏହି ଆତ୍ମରକ୍ଷା ଶିକ୍ଷ୍ୟା କୁ ପାଠ୍ୟ ପୁସ୍ତକ ରେ ଏକ ବିଷୟ ଭାବରେ ସ୍ଥାନିତ କଲେ ଅନେକ ସୁଫଳ ମିଳିପାରିବ ବୋଲି ପ୍ରଶାନ୍ତ ସରକାରଙ୍କୁ ନିବେଦନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930