Indus Valley Times

ତରକାରୀରୁ ବାହାରିଲା ଝିଟିପିଟି ସହ ବିଛା; ଇଂଜିନିୟରିଂ କଲେଜ ହଷ୍ଟେଲରେ ଉତ୍ତେଜନା

 Breaking News

ତରକାରୀରୁ ବାହାରିଲା ଝିଟିପିଟି ସହ ବିଛା; ଇଂଜିନିୟରିଂ କଲେଜ ହଷ୍ଟେଲରେ ଉତ୍ତେଜନା

October 05
09:55 2024

ଭୁବନେଶ୍, /୧୦: ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା। ଏଭଳି ଘଟଣା ରାଜଧାନୀ ଭୁବନେଶ୍ରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ ଘଟିଛି। ଯାହା ପରେ ହଷ୍ଟେଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

ଶୁକ୍ରବାର ରାତିରେ ପିଲାମାନଙ୍କୁ ରାତି ଭୋଜନରେ ରୁଟି ସହ ଆଳୁ ତରକାରୀ ଦିଆଯାଇଥିଲା। ଖାଇବା ବେଳେ ତରକାରୀରୁ ବିଛା ଓ ମଲା ଝିଟିପିଟି ବାହାରିଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

 ଏପରିକି ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା ବାହାରୁଥିବା ପିଲାମାନେ ଅଭିଯୋଗ କରିଛନ୍ତି। ହଷ୍ଟେଲ କର୍ତ୍ତୃପକ୍ଷ ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930