Indus Valley Times

ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ନବୀନଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ

 Breaking News

ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ନବୀନଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର ଅନୁଷ୍ଠିତ

October 17
09:22 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୧୦ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବ ଓଡ଼ିଶାର ନିର୍ମାତା ନବୀନ ପଟନାୟକଙ୍କ ୭୮ତମ ଜନ୍ମ ଦିବସ ଅବସରରେ ସମଗ୍ର ଓଡ଼ିଶାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।
ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଏନଏସି ଅଧକ୍ଷ ମୃତ୍ୟଞ୍ଜୟ ମିଶ୍ର ବିସିସିବି ସଭାପତି ଅରୁଣ ପ୍ରଧାନ ଉପନଗରପାଳ ସୁଭାଷିନୀ ସେଠି ଯୁବନେତା ଅବକାଶ ସାହୁ ଅଶ୍ୱିନୀ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଏକାବନ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
କାହାରିକୁ ରକ୍ତ ଅଭାବରେ ମାରିବାକୁ ନଦେବାକୁ ଏବଂ ଏଭଳି ଅଭିଯାନକୁ ଆଗକୁ ଆଗେଇ ନେଇ ବୌଦ୍ଧରେ ଦେଖାଯାଇଥିବା ରକ୍ତଅଭାବକୁ ଦୂର କରି ଲୋକଙ୍କ ସାଥିରେ ରହି ଲୋକଙ୍କର ସେବା କରିବାପାଇଁ ଉପସ୍ଥିତ ରକ୍ତଦାତା ମାନଙ୍କୁ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଓ ମୃତ୍ୟଞ୍ଜୟ ମିଶ୍ର ଆହ୍ୱାନ ଦେଇଥିଲେ ।
ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପାଢ଼ୀ ଜିଲ୍ଲା ପାଠଗାରକୁ ପୁନଃ ୧୮ ଗୋଟି ଆଇନ ପୁସ୍ତକ ଦାନ
ବୌଦ୍ଧ, ୧୭/୧୦ : ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପାଢ଼ୀ ଜିଲ୍ଲା ପାଠଗାରକୁ ପୁନଃ ୧୮ ଗୋଟି ଆଇନ ପୁସ୍ତକ ଦାନ କରିଛନ୍ତି । ଏହା ଆଗରୁ ସେ ଆଇନ,ଅଭିଧାନ , ସାଧାରଣଜ୍ଞାନ ଆଦି ୧୬ଟି ପୁସ୍ତକ ଦାନ କରିଥିଲେ ।
ପାଠଗାରର ପାଠକ , ପାଠିକାଙ୍କ ଉପସ୍ଥିତିରେ ସେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କୁ ସମସ୍ତ ପୁସ୍ତକ ହସ୍ତାନ୍ତର କରିଥିଲେ ।
ଉପସ୍ଥିତ ପାଠକ , ପାଠିକାମାନେ ଖୁସି ବ୍ୟକ୍ତ କରିବା ସହ ଏଭଳି ମହତ୍ କାର‌୍ୟ୍ୟ ପାଇଁ ଶ୍ରୀ ପାଢ଼ୀଙ୍କ ପ୍ରଶଂସା କରିଥିଲେ । ଏହି ସ୍ବତନ୍ତ୍ର କାଯ୍ୟକ୍ରମରେ ଗ୍ରନ୍ଥକ୍ଷଗାରିକ ଅକ୍ଷୟ କୁମାର ମହାକୁଡ଼ , କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି,ବୀର କିଶୋର କର୍ମୀ , ଶ୍ରୀଯୁକ୍ତ ପାଢ଼ୀ ଙ୍କ ସୁପୁତ୍ର ଅଂଶୁଲ ବିନାୟକ, ବିଜୟ ପ୍ରଧାନ ଉପସ୍ଥିତ ଥିଲେ ।
ସୁଶ୍ରୀ ସିଂହ ଆଗକୁ ମଧ୍ୟ ଏହି ପ୍ରକାର ଅଭିଯାନ ଜାରି ରଖିବା ପାଇଁ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି ।ଏହା ଆଗରୁ ଜ଼ିଲ୍ଲା ମସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ ମଧ୍ୟ ପ୍ରତିଯୋଗିତା ମୂଳକ ବହୁ ଉପାଦେୟ ପୁସ୍ତକ ପାଠାଗାର କୁ ଦାନ କରିଥିଲେ । ପାଠଗାର ରେ ପାଠକ ମାନଙ୍କ ଆଗ୍ରହ ଦେଖି ଦାତା ମାନେ ପୁସ୍ତକ ଯୋଗାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930