Indus Valley Times

ବାଘଶୂନ୍ୟ ସାତକୋଶିଆରେ ବୁଲିବେ ମହାବଳ, ୫ ବର୍ଷରେ ଆସିବେ ୧୪ ବାଘ

 Breaking News

ବାଘଶୂନ୍ୟ ସାତକୋଶିଆରେ ବୁଲିବେ ମହାବଳ, ୫ ବର୍ଷରେ ଆସିବେ ୧୪ ବାଘ

ବାଘଶୂନ୍ୟ ସାତକୋଶିଆରେ ବୁଲିବେ ମହାବଳ, ୫ ବର୍ଷରେ ଆସିବେ ୧୪ ବାଘ
October 17
17:13 2024

ସାତକୋଶିଆ, ୧୭/୧୦ : ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ। ୧୨ରୁ ୧୪ ମହାବଳ ବାଘ ଖୁବ୍ ଶୀଘ୍ର ସାତକୋଶିଆରେ ବିଚରଣ କରିବାକୁ ଲାଗିବେ। ତେବେ ବାଘ ଆସିବା ପୂର୍ବରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ମିଳିଛି।
ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଦିଆଯାଇଛି ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଗାଡ଼ି। ପ୍ରତେକ ଦିନ ଏହି ପାଟ୍ରୋଲିଂ ଭ୍ୟାନ ସାତକୋଶିଆ ଅଭୟାରଣ୍ୟରେ ମଧ୍ୟ ବୁଲିବା ସହିତ ମହାବଳ ବାଘଙ୍କ ଉପରେ ନଜର ରଖିବ। ଏଥିପାଇଁ ଭ୍ୟାନରେ ଏଚଝ ନେଭିଗେସନ ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।
ଏହାସହିତ ସେମାନଙ୍କ ଖାଦ୍ୟପେୟ ଏବଂ ରକ୍ଷଣାବେକ୍ଷଣା କରିବା ପାଇଁ ମଧ୍ୟ ବନ ବିଭାଗର ସ୍ୱତନ୍ତ୍ର ଟିମ ସାମିଲ ହେବେ। କିପରି ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ମହାବଳ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବ ସେ ନେଇ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31