Indus Valley Times

ପାରାଦୀପରୁ ଅପହୃତ ଛାତ୍ର କେନ୍ଦ୍ରାପଡ଼ାରୁ ଉଦ୍ଧାର, ବଖାଣିଲେ ଛାତିଥରା କାହାଣୀ

 Breaking News

ପାରାଦୀପରୁ ଅପହୃତ ଛାତ୍ର କେନ୍ଦ୍ରାପଡ଼ାରୁ ଉଦ୍ଧାର, ବଖାଣିଲେ ଛାତିଥରା କାହାଣୀ

October 21
14:41 2024

ପାରାଦୀପ,୨୧/୧୦ : ଜଗତସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥ ୧୫ ନମ୍ବର ପାଖରେ ସୋମବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍କୁଲ ଛାତ୍ରଙ୍କୁ ମାଡ଼ ମାରି ବଳପୂର୍ବକ ଅପହରଣ କରାଯାଇଥିଲା।
ସଂପୃକ୍ତ ଅପହରଣକାରୀମାନେ ଚଣ୍ଡିଖୋଲ ଅଭିମୁଖେ ନେଇ ଯାଉଥିଲେ। ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆଗଡ଼ା ଛକରେ ଏକ ସ୍କର୍ପିଓ ଅଟକି ଥିଲା। ସେହି ସମୟରେ ଛାତ୍ର ଜଣକ ଗୋଇଠା ମାରି ନିଜକୁ ବଞ୍ଚାଇଛନ୍ତି। ପରେ ଜଣେ ବାଇକ୍ ଆରୋହୀଙ୍କ ଜରିଆରେ ଘର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଓ ପୋଲିସ ଯାଇ ଛାତ୍ରକୁ ନେଇ ଫେରିଥିଲେ।
ପ୍ରଥମେ ଛାତ୍ରଙ୍କ ଡାକ୍ତରୀ ଚିକିତ୍ସା କରିଥିଲେ। ତା’ପରେ ଛାତ୍ରଙ୍କୁ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଛାତ୍ର ଜଣଙ୍କ ହେଲେ ଆଦିତ୍ୟ ନାଥ (୧୫)। ତାଙ୍କ ଘର ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଉଚ୍ଛବାନନ୍ଦପୁର ଗ୍ରାମରେ। ସେ ପାରାଦୀପ ବଡ଼ପଡ଼ିଆ ପୋର୍ଟ ଡିଏଭି ସ୍କୁଲର୧୦ମ ଶ୍ରେଣୀରେ ପଢୁଛନ୍ତି।
ସବୁଦିନ ପରି ସୋମବାର ସକାଳୁ ସାଇକେଲ ନେଇ ୧୫ନଂ ଛକକୁ ଆସିଥିଲେ। ସେଠାରେ ସ୍କୁଲ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ସ୍କର୍ପିଓ ତାଙ୍କ ପାଖରେ ଅଟକି ଥିଲା। ଜଣେ ମହିଳା ଗାଡ଼ିରୁ ଓହ୍ଲାଇ ଛାତ୍ର ଆଦିତ୍ୟଙ୍କୁ ପାଣି ମାଗିଥିଲେ ପିଇବା ପାଇଁ।
ଆଦିତ୍ୟ ସ୍କୁଲ ବ୍ୟାଗ୍‌ରୁ ପାଣି ବୋତଲ କାଢ଼ିବା ମଧ୍ୟରେ ସ୍କର୍ପିଓ ମଧ୍ୟରେ ଥିବା ୪ ଜଣ ଯୁବକ ଛାତ୍ରଙ୍କ ମୁହଁରେ କପଡ଼ା ବାନ୍ଧି ବଳପୂର୍ବକ ଗାଡ଼ିରେ ପୂରାଇ ନେଇ ଯାଇଥିଲେ। ଅପହରଣ କରିଥିବା ଯୁବକମାନେ ମୁହଁରେ କଳା କପଡ଼ା ଘୋଡ଼େଇ ଥିଲେ ବୋଲି ଆଦିତ୍ୟ କହିଛନ୍ତି।
ହଳଦିଆଗଡ଼ା ପାଖରେ ଜଣେ ଯୁବକ ଗାଡ଼ିରୁ ଓହ୍ଲେଇବା ସମୟରେ ଛାତ୍ର ଆଦିତ୍ୟ ମହିଳାଙ୍କୁ ଗୋଇଠା ମାରି ରାସ୍ତା ଉପରେ ଦୌଡ଼ି ଥିଲେ। ଏହି ସମୟରେ ଜଣେ ବାଇକ୍ ଆରୋହୀଙ୍କ ସାହାଯ୍ୟରେ ତାଙ୍କ ବାପାଙ୍କୁ ଖବର ଦେଇଥିଲେ। ଛାତ୍ର ବାହାରକୁ ଯିବା ପରେ ସଂପୃକ୍ତ ଗାଡ଼ି କିଛି ସମୟ ସେଠାରେ ଅଟକି ଥିଲା।
ଯେମିତି ଲୋକ ରୁଣ୍ଡ ହେଲେ ସେହି ସମୟରେ ଗାଡ଼ିଟି ଚଣ୍ଡିଖୋଲ ଅଭିମୁଖେ ପଳେଇ ଯାଇଛି। ପୋଲିସ ଏନେଇ ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31