Indus Valley Times

ବୌଦ୍ଧରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ପାଳିତ

 Breaking News

ବୌଦ୍ଧରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ପାଳିତ

October 29
21:52 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୧୦ : ଅଦ୍ୟ ତା ୨୯.୧୦.୨୦୨୪ ରିଖ ଦିନ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୌଦ୍ଧଙ୍କ ଦ୍ୱାରା ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ପାଳିତ ହୋଇଯାଇଛି ।
ଏହି ଅବସରରେ ଏକ ମିନି ମାରାଥନ ଜିଲା ସଂଗ୍ରହାଳୟରୁ ବାହାରି ବାଘଗୁଡା ଛକ,ଗାନ୍ଧୀଛକ,ମୁଖ୍ୟଡାକଘର ଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ଜିଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦେଇ ମିନି ମାରାଥନକୁ ଉଦଘାଟନ କରିବା ସହିତ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହଠାରେ ଆୟୋଜିତ ସଚେତନତା ସଭାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ କ୍ଷ
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାପ କାମୁଡା ଏବଂ ଓଡ୍ରାଫ ପକ୍ଷରୁ ବଜ୍ରପାତ ରୁ ରକ୍ଷା ପାଇବା ପାଇଁ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା । ଏହି ଦିବସ ପାଳନ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
୧୩୩ ଥର ରକ୍ତଦାନ କରିଥିବା ସମାଜସେବୀ ଜୟନାରାୟଣ ମହାନ୍ତି,ଛତରଙ୍ଗ/ସଙ୍କୁଲୋଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଗଦୀଶ ମଲ୍ଲିକ,ସରପଞ୍ଚ ହରଭଙ୍ଗା ପଞ୍ଚାୟତ ଶକୁନ୍ତଳା ବେହେରା ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ପୁନଃରୁଦ୍ଧାର କାର୍ଯ୍ୟରେ ସକ୍ରିୟ ଯୋଗଦାନ କରିଥିବାରୁ, ପ୍ରାକୃତିକ ବିପର‌୍ୟ୍ୟୟ ମୁକାବିଲା ତାଲିମଦାତା ଭାବରେ ଡଃ. ପ୍ରବୀର କୁମାର ଦାସ,ବୌଦ୍ଧ ଏନଏସି କର୍ମଚାରୀ ଅମିୟ କୁମାର ବେହେରାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପଧାନ,ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର,ତହସିଲଦାର ଲଗ୍ନଜିତ ବେହେରା,ଏନଏସି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର,ସମସ୍ତ ଜିଲାସ୍ତରୀୟ ଅଧିକାରୀ ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଓ ଆସିଷ୍ଟାଣ୍ଟ କଲେକ୍ଟର ଏବଂ କର୍ମଚାରୀ ମାନେ ଯୋଗଦେଇଥିଲେ । ଆୟୋଜିତ ମିନି ମାରାଥନରେ ଜିଲାପାଳ ଶ୍ରୀପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲା ଜରୂରୀକାଳୀନ ଅଧିକାରୀ ସୁଦାମ କୁମାର ସ୍ୱାଇଁ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ଜିଲା ସଂଯୋଜକ ସଂଜୟ କୁମାର ଝା ପରିଚାଳନା କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930