Indus Valley Times

ବଲିଉଡ ବାଦଶାହ କିଙ୍ଗ ଖାନଙ୍କ ଜନ୍ମଦିନ, ପଠାନ୍‌ଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

 Breaking News

ବଲିଉଡ ବାଦଶାହ କିଙ୍ଗ ଖାନଙ୍କ ଜନ୍ମଦିନ, ପଠାନ୍‌ଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

November 02
16:56 2024

ମୁମ୍ବାଇ,୨/୧୧ : ବାଜିଗରରୁ ଅଭିନୟ ଜଗତରେ ବାଜିମାତ କରିଥିବା ନାୟକ ହେଉଛନ୍ତି ଶାହାରୁଖ ଖାନ। ୯୦ ଦଶକରୁ ଆଜି ଯାଏଁ ଦୀର୍ଘ ୩୦ ବର୍ଷରୁ ଉର୍ଧ୍ଵ ସମୟ ଧରି ଅଭିନୟ ଜଗତ ବାଦଶାହ ଭାବେ ପରିଚିତ ଶାହାରୁଖ ଖାନଙ୍କର ଆଜି ଜନ୍ମ ଦିନ। ଶାହରୁଖ ଏବେ ୫୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।
ସବୁ ବର୍ଷ ପରି ଆଜି କିଙ୍ଗ ଖାନଙ୍କ ଜନ୍ମଦିନ ଅବସରରେ ତାଙ୍କ ବାସଭବନ ମନ୍ନତ ସାମ୍ନାରେ ତାଙ୍କ ପ୍ରଶଂସକଙ୍କ ଭିଡ ଜମିବ। ଶାହରୁଖଙ୍କ ଗୋଟେ ଝଲକ ପାଇବାକୁ ପ୍ରଶଂସକ ମାନେ ଆତୁର ଭାବେ ଅପେକ୍ଷା କରି ରହିଥାନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ କିଙ୍ଗଙ୍କ ପ୍ରଶଂସକ ମାନେ ହୃଦୟସ୍ପର୍ଶୀ ବାର୍ତ୍ତା ସହ ସୁନ୍ଦର ରଙ୍ଗ ବେରଙ୍ଗର ବ୍ୟାନର ଧରି ଶୁଭେଚ୍ଛା ବାର୍ତା ଜଣାଇଥାନ୍ତି।
ବଲିଉଡର ସୁପରଷ୍ଟାର ଶାହରୁଖ ନିଜ ଅଭିନୟ ଯାତ୍ରା ଟିଭି ପରଦାରୁ ଆରମ୍ଭ କରିଥିଲେ। ଦିଲ ଦରିୟା, ଉମିଦ ଓ ଫୌଜୀ ଭଳି ଟିଭି ସିରିଏଲରେ ପ୍ରଥମେ କାମ କରିଥିଲେ। ବର୍ତମାନ କେତେ ଦଶନ୍ଧି ପରେ ମଧ୍ୟ ଶାହରୁଖଙ୍କ କ୍ରେଜ କମିନାହିଁ।
ଏବେ ମଧ୍ୟ ତାଙ୍କର ଫିଲ୍ମ ପରଦାକୁ ଆସିଲେ ଫ୍ୟାନ ମାନେ ଏହାକୁ ପର୍ବ ଭଳି ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ଯବାନ, ପଠାନ, ଦୀଲୱାଲେ ଦୁଲହନୀୟା ଲେ ଜାୟେଙ୍ଗେ, ଚକଦେ ଇଣ୍ଡିଆ ଏପରି ବହୁ ଚର୍ଚ୍ଚିତ ସିନେମାର ମୁଖ୍ୟ ନାୟକ ଭାବେ ନିଜର ଅଭିନୀତ ଚରିତ୍ରକୁ ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ଛାପ ଛାଡି ଦେଇଛନ୍ତି।
ଶାହରୁଖ ନିଜକୁ କେବଳ ଅଭିନୟ ଭିତରେ ସୀମିତ ରଖିନାହାନ୍ତି। ରେଡ ଚିଲିସ ଏଣ୍ଟରଟେନମେଣ୍ଟ ଜରିଆରେ ସିନେମାର ପ୍ରଡକ୍ସନ ଦୁନିଆରେ ମଧ୍ୟ ସଫଳତା ହାସଲ କରିଛନ୍ତି। ମେଁ ହୁଁ ନା ଓ ଓଁ ଶାନ୍ତି ଓଁ ଭଳି ହିଟ ସିନେମା ସିନେମାପ୍ରେମୀଙ୍କୁ ଭେଟି ଦେଇଛନ୍ତି। ତେବେ ଆଜିର ଜନ୍ମଦିନ ଅବସରରେ ଶାହରୁଖଙ୍କୁ ଜନ୍ମଦିନର ଢେର ଶୁଭକାମନା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930