Indus Valley Times

ବାରମ୍ବାର ବାତିଲ ହେଲା ବିମାନ, ଭୁବନେଶ୍ବର ବିମାନବନ୍ଦରରେ ଧାରଣାରେ ବସିଲେ ଯାତ୍ରୀ

 Breaking News

ବାରମ୍ବାର ବାତିଲ ହେଲା ବିମାନ, ଭୁବନେଶ୍ବର ବିମାନବନ୍ଦରରେ ଧାରଣାରେ ବସିଲେ ଯାତ୍ରୀ

ବାରମ୍ବାର ବାତିଲ ହେଲା ବିମାନ, ଭୁବନେଶ୍ବର ବିମାନବନ୍ଦରରେ ଧାରଣାରେ ବସିଲେ ଯାତ୍ରୀ
November 07
12:42 2024

ଭୁବନେଶ୍ୱର, ୭/୧୧ : ବାରମ୍ବାର ବାରମ୍ବାର ବିମାନ ବାତିଲ ହେବା ପରେ ତାତିଛନ୍ତି ଯାତ୍ରୀ। ଅସନ୍ତୋଷ ପ୍ରକାଶ କରିବା ସହ ବିମାନ ବନ୍ଦରରେ ଧାରଣାରେ ବସିଛନ୍ତି ୬୦ରୁ ଅଧିକ ଯାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ।
ଭୁବନେଶ୍ୱରରୁ ହାଇଦ୍ରାବାଦ ଯିବାକୁ ଥିବା ବିମାନ ଓଢ ୨୯୩୨ ଗତକାଲି ସକାଳ ୯ ଟା ୫୫ରେ ଥିବାବେଳେ କୌଣସି କାରଣ ପାଇଁ ବାତିଲ ହୋଇଥିଲା। ଏହି ବିମାନ ଆଜି ସକାଳ ୮ଟା ୪୫କୁ ଧାର‌୍ୟ୍ୟ କରାଯାଇଥିଲା। ଆଜି ସକାଳେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ। ହେଲେ ଆଜି ବି ସେହି ବିମାନ ବାତିଲ ହୋଇଯାଇଥିଲା।
ବାରମ୍ବାର ବାରମ୍ବାର ବିମାନ ବାତିଲ ହେବା ଯୋଗୁ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇ ନପାରିବାରୁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯାତ୍ରୀମାନେ ବିମାନବନ୍ଦର ୬ ନମ୍ବର ଗେଟ୍‌ରେ ହୋହଲ୍ଲା କରିବା ସହ ଧାରଣାରେ ବସିଛନ୍ତି। ଏହି ଘଟଣା ପରେ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଯାତ୍ରୀମାନଙ୍କ ସହ ଆଲୋଚନା କରିବା ପାଇଁ ପହଞ୍ଚି ନାହାନ୍ତି। ହେଲେ ଗାର୍ଡମାନେ ପହଞ୍ଚି ଯାତ୍ରୀମାନଙ୍କୁ ବୁଝାସୁଝା କରୁଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ଯାତ୍ରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବିମାନ ସେବା ଯୋଗାଇ ଦିଆଯାଉ ବୋଲି ଅଡ଼ି ବସିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930