Indus Valley Times

୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର

 Breaking News

୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର

November 08
18:13 2024

କୋରାପୁଟ, ୮/୧୧ : ଲାଞ୍ଚ ନେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତେଣୁ ତାଙ୍କୁ ବଦଳି କରାଯାଇଥିଲା। ତଥାପି ସେ ସୁଧୁରିଲେନି। ଆଉ ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏହି ସରକାରୀ ବାବୁ ହେଉଛନ୍ତି ଜଣେ ଡାକ୍ତର। ତାଙ୍କ ନାଁ ବିଶ୍ୱଜିତ୍ ଭୂୟାଁ। ସେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି।
ସହିତ ଡାକ୍ତରଖାନାର ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡ଼ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ନର୍ସଙ୍କ ବକେୟା ଦରମା (୪.୫ ଲକ୍ଷ ଟଙ୍କାରୁ ଅଧିକ) କରାଇ ଦେବା ପାଇଁ ଡାକ୍ତର ଭୂୟାଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଗତ ଜୁଲାଇ ୨୪ ତାରିଖରେ ଏହି ନର୍ସଙ୍କ ଚାକିରି ନିୟମିତ ହୋଇଥିଲା। ଏହା ପରେ ତାଙ୍କୁ ୨୦୨୨ ଜୁଲାଇ ମାସରୁ ସମସ୍ତ ବକେୟା ଦରମା ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ହେଲେ ଡାକ୍ତର ଭୂୟାଁ ତାଙ୍କର ବକେୟା ଦରମା କରାଇ ଦେବାକୁ ସେଥିରୁ ୧୦% ମାଗିଥିଲେ।
ନର୍ସ ଜଣଙ୍କ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ପ୍ରକାର ଆଜି ସେ ଡାକ୍ତର ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡଙ୍କୁ ଲାଞ୍ଚ ଅର୍ଥ ଦେଇଥିଲେ। ଡାକ୍ତର ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାଙ୍କୁଡ଼ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ସେମାନଙ୍କୁ ଧରିଥିଲା। ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930