Indus Valley Times

ବଲାଙ୍ଗୀର : ଜେଏସ୍ ଏମ୍ କମର୍ସ,ଆର୍ଟସ ଆଣ୍ଡ ସାଇନ୍ସ କଲେଜର ନବମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ

 Breaking News

ବଲାଙ୍ଗୀର : ଜେଏସ୍ ଏମ୍ କମର୍ସ,ଆର୍ଟସ ଆଣ୍ଡ ସାଇନ୍ସ କଲେଜର ନବମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ

November 21
18:50 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୧/୧୧: ଜେଏସ୍ ଏମ୍ କମର୍ସ,ଆର୍ଟସ ଆଣ୍ଡ ସାଇନ୍ସ କଲେଜ ର ନବମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
କଲେଜର ପ୍ରାଧ୍ୟାପିକା ମନସ୍ମିତା ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବରେଣ୍ୟ ଅତିଥି ଭାବରେ ଟିଟିଲାଗଡ଼ ଡିଏଭି କଲେଜ ର ପୂର୍ବତନ ଅଧ୍ୟକ୍ଷ ଡ.ଛାୟାକାନ୍ତ ଷଡଙ୍ଗୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ କେବଳ ପରୀକ୍ଷା ମାର୍କ ଉପରେ ଗୁତୁତ୍ତ୍ଵ ନଦେଇ ଜଣେ ଜଣେ ବିଚାରବନ୍ତ ମଣିଷ ହେବାକୁ ଉପଦେଶ ଦେଇଥିଲେ।
ପରୀକ୍ଷା ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରତିଦ୍ୱନ୍ଦିତା ମନୋଭାବ ନ ହୋଇ ସହଭାଗୀତା ମନୋଭାବ ରହୁ।ପ୍ରତିଦ୍ୱନ୍ଦିତା ସବୁବେଳେ ଇର୍ଷା ପରାୟଣ ଓ ଅହଙ୍କାର ଭାବ ସ୍ରୁଷ୍ଟି କରିଥାଏ।
ଯେଉଁଥି ପାଇଁ ଆଜି ଉଚ୍ଚଶିକ୍ଷିତ ମେଧାବୀ ଛାତ୍ରଛାତ୍ରୀ ମାନେ ବଡବଡ ଚାକିରୀ କରି ଶେଷରେ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି।ଆଜି ଏଥିପାଇଁ ସାମାଜ କଳୁଷିତ ହେବାରେ ଲାଗିଛି ବୋଲି ଶ୍ରୀ ଷଡଙ୍ଗୀ କହିଥିଲେ।
ସଭା ପ୍ରାରମ୍ଭ ରେ ଅତିଥିଗଣ ମାଁ ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭାକୁ ଆରମ୍ଭ କରିଥିଲେ।କଲେଜର ଅଧ୍ୟାପିକା ଅଙ୍କିତା ମିଶ୍ର ସଭା ସଂଯୋଜନା କରିଥିବା ବେଳେ କଲେଜର ନିର୍ଦେଶକ ସିଏ ଶ୍ରୀକାନ୍ତ ଶର୍ମା, ପୂର୍ବତନ ଅଧ୍ୟକ୍ଷ ପୀତବାସ ପଣ୍ଡା,ମୁଖ୍ୟ ଉପଦେଷ୍ଟା ତଥା ହିନ୍ଦୀ ହାଇସ୍କୁଲ ର ପୂର୍ବତନ ଶିକ୍ଷକ ମନୋରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ଦୃଢ଼ ମନୋବଳ,ସାହସ ଓ ଧୈର୍ଯ୍ୟ ବଳରେ ହିଁ ଜୀବନରେ ସଫଳତା ପାଇପାରିବେ ବୋଲି ଉପଦେଶ ଦେଇଥିଲେ।
ଏହି ଅବସରରେ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବଲାଙ୍ଗୀର ର ଭୂପେଶ ପାଢୀ ଓ ସନ୍ତୋଷ ନାଗ ଙ୍କୁ କଲେଜ ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅତିଥି ମାନଙ୍କ ସହ ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକା ସହଯୋଗ କରିଥିଲେ।ଶେଷରେ କଲେଜର ଅଧ୍ୟାପିକା କ୍ରିଷ୍ଣା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930