Indus Valley Times

ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ: ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦଘାଟିତ

 Breaking News

ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ: ବ୍ୟାଡମିଣ୍ଟନ୍ ହାଇପର୍ଫମାନ୍ସ ସେଣ୍ଟର ଉଦଘାଟିତ

December 12
21:40 2024

ଭୁବନେଶ୍ୱର, ୧୨/୧୨ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ଆଇକନିକ୍ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର୍ ‘ଦ ସଟଲ୍’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ କୋଚ୍ ପୁଲେଲା ଗୋପୀଚାନ୍ଦ ଏହାର ଉଦଘାଟନ କରିଛନ୍ତି।
ବିଶ୍ୱସ୍ତରୀୟ ଟ୍ରେନିଂ ଏକାଡେମୀ ‘ଦ ସଟଲ’। ବ୍ୟାଡମିଣ୍ଟନ କର୍କ ଆକୃତିର ଏହି ବିରାଟ ଷ୍ଟାଡିୟମରେ ଏବେ ଲାଗିବ ଅନ୍ତର୍ଜାତୀୟସ୍ତରର ଖେଳାଳିଙ୍କ ଗହଳି। ଏଠାରୁ ସୃଷ୍ଟି ହେବେ ବିଶ୍ୱସ୍ତରୀୟ ଅଲିଂପିଆନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଛି ଆଇକନିକ୍ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର୍। ସଟଲ ଏବଂ ଏଠାରୁ ସୃଷ୍ଟି ହେଉଥିବା ଖେଳାଳି ଓଡ଼ିଶାକୁ ନୂତନ ପରିଚୟ ଦେବେ ଏବଂ ଆଗକୁ ଓଡ଼ିଶା ବିଶ୍ୱମଞ୍ଚରେ ପ୍ରତିଷ୍ଠିତ ହେବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମ ପର‌୍ୟ୍ୟାୟରେ ଏହି ହାଇ ପରଫରମାନ୍ସ ସେଣ୍ଟରରେ ୫୦ଜଣ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରାଯାଇ ପ୍ରଶିକ୍ଷଣ ଦିଆଯିବ।
୭୭ହଜାର ବର୍ଗ ଫୁଟରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ହାଇ ପରଫରମାନ୍ସ ସେଣ୍ଟର। ଭିତରେ ରହିଛି ୮ଟି କୋର୍ଟ। ଯେଉଁଥିରେ ଏକାସଙ୍ଗେ ୮ଟି ମ୍ୟାଚ୍ ଖେଳାଯାଇପାରିବ। ୪ଶହ ଦର୍ଶକ ବସିବା ପାଇଁ ହୋଇଛି ବ୍ୟବସ୍ଥା। ଭିଆଇପି ଗ୍ୟାଲେରୀ ବି ରହିଛି। ଖେଳାଳି ଓ କୋଚଙ୍କ ରହିବା ଲାଗି ରୁମ୍ ସହ ମ୍ୟାଚ୍ ବେଳେ ଆହତ ହେଲେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ମ୍ୟାଚ୍ ସ୍କୋର ଦେଖିବାକୁ ଲାଗିଛି ବଡ଼ ବଡ଼ ଖଋଊ।
ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏବଂ ସମସ୍ତ ପ୍ରକାର ଅତ୍ୟାଧୁନିକ ପ୍ରଶିକ୍ଷଣ ଯନ୍ତ୍ରପାତି ସୁବିଧା ରହିଛି। ଏଥିସହ ସଟଲ୍ ଉପରେ ଓ ବାହାରେ ଦୁଇଟି ଜଗିଂ ଟ୍ରାକ୍ ଏବଂ ପୁଲ୍ କରାଯାଇଛି। ବ୍ୟାଡମିଣ୍ଟନ ପ୍ରତିଭାଙ୍କୁ ଚିହ୍ନଟ କରି ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବା ଲାଗି ଏହି ହାଇ ପରଫରମାନ୍ସ ସେଣ୍ଟରର ପରିକଳ୍ପନା କରିଥିଲା କ୍ରୀଡ଼ା ବିଭାଗ। ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦ ଏହି କେନ୍ଦ୍ରର ପରିଚାଳନା କରିବେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031