Indus Valley Times

ଚିଟ୍‌ଫଣ୍ଡରେ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ, ‘ପଇସା ଯୋଗାଡ଼ କରି ଦେଲି, ପରେ ଦେଖିଲା ବେଳକୁ ସଂସ୍ଥା ନାହିଁ’

 Breaking News

ଚିଟ୍‌ଫଣ୍ଡରେ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ, ‘ପଇସା ଯୋଗାଡ଼ କରି ଦେଲି, ପରେ ଦେଖିଲା ବେଳକୁ ସଂସ୍ଥା ନାହିଁ’

ଚିଟ୍‌ଫଣ୍ଡରେ ଠକେଇର ଶିକାର ହୋଇଥିଲେ ମୁଖ୍ୟମନ୍ତ୍ରୀ, ‘ପଇସା ଯୋଗାଡ଼ କରି ଦେଲି, ପରେ ଦେଖିଲା ବେଳକୁ ସଂସ୍ଥା ନାହିଁ’
December 24
19:47 2024

ଭୁବନେଶ୍ୱର, ୨୪/୧୨ : ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ମଧ୍ୟ ଚିଟଫଣ୍ଡ ଠକେଇର ଶିକାର ହୋଇଛନ୍ତି । ଦୁଇ ଦୁଇ ଥର ଚିଟଫଣ୍ଡର ଶିକାର ହୋଇଥିଲେ । ଏ ନେଇ ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟାକ୍ରମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୧୦ ମସିହା ବେଳକୁ ସମସ୍ତେ ଠକେଇର ଶୀକାର ହୋଇଛନ୍ତି । ସେ ମଧ୍ୟ ଠକେଇର ଶୀକାର ହୋଇଥିଲେ । ୧୯୯୦ ଓ ୨୦୦୨ରେ ଚିଟଫଣ୍ଡ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିଲେ ।
ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଠକିଥିଲେ । ବିଭିନ୍ନ ଆଡ଼ୁ ଟଙ୍କା ଯୋଗାଡ଼ କରି ସଂସ୍ଥାରେ ଜମା କରିଥିଲେ । କିନ୍ତୁ ଉଠାଣ ବେଳକୁ ସଂସ୍ଥା ନଥିବା ଜାଣିବାକୁ ପାଇଥିଲେ । ସମସ୍ତ ଟଙ୍କା ଚାଲି ଯାଇଥିଲା ।
୧୯୮୬ ମସିହାରେ ଠକ ସଂସ୍ଥାକୁ ଉତ୍ତରଦାୟୀ କରିବାକୁ ଗଠିତ ହୋଇଥିବା ଆଇନ ମଧ୍ୟ ସୁରକ୍ଷା ଦେଇ ପାରିଲା ନାହିଁ । ଅପିଲ କରିବା ପରେ ମଧ୍ୟ ଟଙ୍କା ଫେରସ୍ତ ପାଇ ପାରି ନ ଥିଲି । କାରଣ ଏ ରାସ୍ତା ବହୁତ ଜଟିଳ ଥିଲା ।
ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଳା ବାଟକୁ ବନ୍ଦ କରିବାକୁ ବିଭିନ୍ନ ଷ୍ଟେକ୍ ହୋଲ୍ଡରଙ୍କ ସହିତ ବିଶଦ୍ ଆଲୋଚନା କରି ସଂସଦରେ ନୂଆ ଉପଭୋକ୍ତା ଆଇନ-୨୦୧୯ ପାରିତ ହେଲା । ୨୦୨୦, ଜୁଲାଇ ୨୦ ତାରିଖର ମାସରେ ଏହା ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ୱାକ୍ଷରିତ ହେବା ପରେ ସାରା ଦେଶରେ କାର୍ଯ୍ୟକାରୀ ହୋଇଥିଲା ଏବଂ ସଫଳ ମଧ୍ୟ ହେଉଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930