Indus Valley Times

ଆଜି ବି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍

 Breaking News

ଆଜି ବି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍

January 02
11:51 2025

ପୁରୀ,୨/୧ : ଆଜି ବି ପୁରୀରେ ପ୍ରବଳ ଭିଡ଼। ମହାପ୍ରଭୁଙ୍କ ଝଲକ ଟିକେ ପାଇବାକୁ ଭକ୍ତ ବ୍ୟଗ୍ର, ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଶ୍ରୀଜିଉଙ୍କ ଦର୍ଶନ ଲାଗି ଗତକିଛି ଦିନ ହେଲା ପୁରୀରେ ଲାଗିଛି ପ୍ରବଳ ଭିଡ଼। ଆଜି ବି ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଗଲା ଡିସେମ୍ବର ୩୧ ତାରିଖରୁ ଲାଗିଥିବା ଭିଡ଼ ଆଜି ଯାଏଁ ବି ଜାରି ରହିଛି।
ଗତକାଲି ପୁରୀକୁ ପ୍ରାୟ ୫ଲକ୍ଷରୁ ଅଧିକ ଭକ୍ତ ଆସିଥିବାରୁ ନୀତିକାନ୍ତିରେ ସମନ୍ୱୟ ରଖାଯାଇ ବିଳମ୍ବିତ ରାତି ଯାଏଁ ଦର୍ଶନ ଜାରି ରହିଥିଲା। ଦିନରେ ଅତ୍ୟଧିକ ଭିଡ଼ ହେବାରୁ ଠେଲାପେଲା ସ୍ଥିତି ଉପୁଜିଥିଲା। ଭକ୍ତମାନେ ବ୍ୟାରିକେଡ ଡେଇଁ ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌କୁ ଅତ୍ୟଧିକ କସରତ କରିବାକୁ ପଡ଼ିଥିଲା।
ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ପୁରୀମୁହାଁ ହେଉଛନ୍ତି । ସେମାନେ ଦର୍ଶନ ସାରିବା ପରେ ପୁରୀରୁ ହଜାର ହଜାର ଗାଡ଼ି ଫେରୁଛି। ଫଳରେ ପିପିଲି ଟୋଲ ଗେଟରେ ପୁରୀମୁହାଁ ଗାଡ଼ି ଓ ପୁରୀରୁ ଫେରୁଥିବା ଗାଡ଼ି ସବୁ ଅଟକି ରହିବାରୁ ସ୍ଥିତି ଅସମ୍ଭାଳ ହେଉଛି। ଟୋଲଗେଟ୍‌ରେ ଫାଷ୍ଟାଗର ସୁବିଧା ଥିଲେ ବି ବହୁ ସଂଖ୍ୟକ ଗାଡ଼ି ଆସିଥିବାରୁ ଘଣ୍ଟା ଘଣ୍ଟା ଧରି ତାହା ଛିଡ଼ା ହୋଇ ରହିଥିଲା।
ଗତ ରାତିରେ ଏପରି ସ୍ଥିତି ଉପୁଜିବାରୁ ଖବର ପାଇ ପିପିଲି ପୁଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031