Indus Valley Times

ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

 Breaking News

ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଦେଶ-ବିଦେଶରେ ଓଡ଼ିଶାର ଆଦିବାସୀ ସଂସ୍କୃତି ପ୍ରଚାର କରିବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
January 05
19:38 2025

ଭୁବନେଶ୍ୱର,୫/୧: ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ଆଦିବାସୀ ମେଳା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରିଛନ୍ତି।
ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା। ପ୍ରବାସୀ ଭାରତୀୟ ଦିବସକୁ ଉପଲକ୍ଷେ ଚଳିତ ବର୍ଷ ଜାନୁଆରୀ ୨୬ ପରିବର୍ତ୍ତେ ୫ ତାରିଖରେ ଆଦିବାସୀ ମେଳା କରାଯାଉଛି।
ମେଳାରେ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ କୋର୍ଟ, ଲାଇଭ ଡେମନଷ୍ଟ୍ରେସନ, ଭଗବାନ ର୍ବିସା ମୁଣ୍ଡା ପାଭିଲିୟନ ମୁଖ୍ୟ ଆକର୍ଷଣ ପାଲଟିବ।
ଚଳିତ ବର୍ଷ ୨୦ଟି ଆଦିବାସୀ କୁଟିର ର୍ନିମାଣ କରାଯାଉଥିବା ବେଳେ ୧୪୭ଟି ଷ୍ଟଲରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ।
ଏଥିସହ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ ପ୍ରସ୍ତୁତ କରାଯାଉଥିବା ବେଳେ ୧୫ଟି ଷ୍ଟଲ ରେ ଲାଇଭ ଡେମନଷ୍ଟ୍ରେସନ ର ସୁବିଧା ରହିଛି।
ଏଥିସହ ଭଗବାନ ର୍ବିସା ମୁଣ୍ଡା ପାଭିଲିୟନ ଗ୍ୟାଲେରୀ ର୍ବିସାମୁଣ୍ଡାଙ୍କ ଜୀବନୀ, ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଭଗବାନ ର୍ବିସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ ଶୋ, ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ ଆଣ୍ଡ ସାଉଣ୍ଡ ଶୋ, ପ୍ୟାସନ ଶୋ ଏବଂ ଫାୟର୍ ୱାର୍କ ଶୋ ଦେଖିବାକୁ ମିଳିବ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031