Indus Valley Times

ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ :୭ ଦିନ ମଧ୍ୟରେ ଜବରଦଖଲ ମୁକ୍ତ କରିବାକୁ ଦାବି

 Breaking News

ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ :୭ ଦିନ ମଧ୍ୟରେ ଜବରଦଖଲ ମୁକ୍ତ କରିବାକୁ ଦାବି

January 24
22:17 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରୀପୋର୍ଟ
ନୟାଗଡ଼,୨୪/୧ : ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଜି ସାମ୍ବାଦିକ ଭବନ ପରିସରରେ ଆଲୋଚନା କରାଯାଇ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୭ ଦିନ ମଧ୍ୟରେ ଜବରଦଖଲ ମୁକ୍ତ କରାଯିବାକୁ ଦାବି କରାଯାଇଛି ।
ନୟାଗଡ଼ ସହରର ବିଭିନ୍ନ ରାସ୍ତା ପାଶ୍ୱର୍କୁ ଜବରଦଖଲ କରି ଉଠା ବ୍ୟବସାୟୀ, ପରିବା ଦୋକାନ, ଜଳଖିଆ ଦୋକାନ ଖୋଲ ଯାଉଛି । ଫଳରେ ରାସ୍ତା ପାଶ୍ୱର୍ରେ ଯାନବାହନ ରଖିବା ପାଇଁ ସମସ୍ୟା ସୃଷ୍ଟି ହେଉଛି ।
ରାସ୍ତା ଉପରେ ଯାନ ବାହାନ ରଖାଯିବା ଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜୁଛି । ତୁରନ୍ତ ନୟାଗଡ଼ ସହର ରାସ୍ତା ପାଶ୍ୱର୍ରୁ ଉଠା ଦୋକାନଙ୍କୁ ସ୍ଥାନାନ୍ତର, ଜବରଦଖଲ ମୁକ୍ତ କରାଯିବା ଦାବି କରାଯାଇଛି ।
ସେହିଭଳି ଭାବେ ପୁରୁଣା ଦୁର୍ଗାମଣ୍ଡପ ସ୍ଥାନ ଏବଂ ଜେଲ ଜମିକୁ ପରିସ୍କାର କରି ଅସ୍ଥାୟୀ ପାର୍କିଂ ନିର୍ମାଣ କରିବାକୁ ଦାବି ହୋଇଛି । ତା ସହିତ ଟ୍ୟାକ୍ସି ଷ୍ଟାଣ୍ଡ ନିକଟ, ଦେବୋତ୍ତର କଲୋନୀ ୫ ନମ୍ବର ଲେନ୍‌ରେ ଭେଣ୍ଡିଂ ଜୋନ୍ ନିର୍ମାଣ କରି ଅସ୍ଥାୟୀ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସାମ୍ବାଦିକମାନେ ପ୍ରସ୍ତାବ ଦେଇଛନ୍ତି ।
ନୟାଗଡ଼ ନାରାୟଣୀ ପାର୍କ ପଛ ପାଖରେ ରହିଥିବା ପୈାର ପରିଷଦର ଏକ ଖାଲି ସ୍ଥାନରେ ପରିବା ମାର୍କେଟ ଓ ପାର୍କିଂ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ସହିତ ନୟାଗଡ଼ ପୁରୁଣା ଜେଲ ଜମି ଓ ପୁରୁଣା ଦୁର୍ଗା ମଣ୍ଡପ ପଡ଼ିଆକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ପାର୍କିଂ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।
ନୟାଗଡ଼ ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ନବକିଶୋର ମିଶ୍ର, ରାମକୃଷ୍ଣ ରଥ, ରଜତ ପଟ୍ଟନାୟକ, ଉଦିତ ନାରାୟଣ ଦାଶ, ସଦୀପ କୁମାର ଲେଙ୍କା, ଅନୀଲ କୁମାର ପଣ୍ଡା, ଧିରେନ୍ଦ୍ର ପଟ୍ଟନାୟକ, ରବୀନ୍ଦ୍ର କୁମାର ଦାସ, ଦେବବ୍ରତ ନାୟକ , ସ୍ବରୁପ ପଟ୍ଟନାୟକ, ହୁସେନ୍ ଖାଁ,ଖିରୋଦ ପଟ୍ଟନାୟକ, ପ୍ରଭାତ ମହାପାତ୍ର, ଜୟନ୍ତ ମିଶ୍ରଙ୍କ ସମେତ ଅନେକ ଜିଲ୍ଲା ସାମ୍ବାଦିକ ଏଭଳି ଦାବି ଉପସ୍ଥାପନ କରିଛନ୍ତି । ପୈାର ନିର୍ବାହୀ ଅଧିକାରୀ ସବୁ ଦାବି ଓ ପ୍ରସ୍ତାବକୁ ଶୁଣିବା ସହ ଏହା ଉପରେ ଗୁରୁତ୍ୱ ଦେଇ ସହର ବିକାଶ ଓ ସୈାନ୍ଦର‌୍ୟ୍ୟ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ବେଟି ବଚାଓ ବେଟି ପଢ଼ାଓ \’ଯୋଜନାର ଦସବର୍ଷ ପୂର୍ତ୍ତି ଅବସରରେ ନୟାଗଡ ଜ଼ିଲ୍ଲାପାଳଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମକୁ ଉଦଘାଟନ
ନୟାଗଡ଼, ୨୩/: ‘ବେଟି ବଚାଓ ବେଟି ପଢ଼ାଓ \’ଯୋଜନାର ଦସବର୍ଷ ପୂର୍ତ୍ତି ଅବସରରେ ନୟାଗଡ ଜ଼ିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ବଳଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମକୁ ଉଦଘାଟନ କରା ଯାଇ ଏକ ସତ୍ୟପାଠ \’ବେଟି ବଚାଓ ବେଟି ପଢ଼ାଓ \’ସମ୍ପର୍କରେ ବିବୃତି ପାଠ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅର୍ଚନା କହଁର, ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିବୟନ ପ୍ରଧାନ ଓ ସିଡିପିଓ ନୟାଗଡ, ଜ଼ିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମ କର୍ତ୍ତା,ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଚାଇଲଡ ହେଲ୍ପଲାଇନ ର ସମସ୍ତ ସଦସ୍ୟ, ସମାଜ ସେଵୀ ଓ ଇଲୋକ୍ଟ୍ରୋନିସ ଓ ପ୍ରିଣ୍ଟ ମିଡ଼ିଆର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ ।
ପରେ ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୟାଗଡ ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସାଇକେଲ ରାଲି ବିଦ୍ୟାଳୟ ଠାରୁ ବାହାରି ଜ଼ିଲ୍ଲାପାଳ ଙ୍କ ଅଫିସ ଠାରେ ପହଂଚି ଥିଲେ । ଜ଼ିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ପିଲାମାନଙ୍କ ସଙ୍ଗରେ ଫୋଟ ଉତୋଳନ କରି ଆଜିର କାର୍ଯ୍ୟକ୍ରମ ବିଷୟରେ ସୁଚିନ୍ତିତ ମତା ମତ ରଖିଥିଲେ, ଓ ପିଲା ମାନଙ୍କୁ ପାଠ ପଢି ମଣିଷ ହୋଇ ଦେଶ ଗଢିବା ଓ ରାଷ୍ଟ୍ରର ବିକାଶରେ ସମିଲି ହେବା ପାଇଁ ଉଦବୋଧନ ଦେଇଥିଲେ ।
ଏ କାର୍ଯ୍ୟକ୍ରମରେ ଏକ ଦସ୍ତଗତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା ଓ ସେଥିରେ ଜ଼ିଲ୍ଲାପାଳ ଓ ଅତିରକ୍ତ ଜ଼ିଲ୍ଲାପାଳ ସେମାନଙ୍କର ଦସ୍ତକତ ଦେଇ ଅନ୍ୟମାନଙ୍କୁ ଉଚ୍ଚାହିତ କରିଥିଲେ ।
ପରିଶେଷରେ ଶ୍ରୀ ସତ୍ୟରଞ୍ଜନ ଦାସ(ଅନୁଷ୍ଠାନିକ ଯତ୍ନ ଅଧିକାରୀ )ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031