Indus Valley Times

ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀ, ଚଢାଉ ବେଳେ ମିଳିଲା ଏକ କୋଟି ଟଙ୍କା!

 Breaking News

ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀ, ଚଢାଉ ବେଳେ ମିଳିଲା ଏକ କୋଟି ଟଙ୍କା!

ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀ, ଚଢାଉ ବେଳେ ମିଳିଲା ଏକ କୋଟି ଟଙ୍କା!
February 05
11:50 2025

ମାଲକାନଗିରି/ଜୟପୁର,୫/୨: ମାଲକାନଗିରି ଜିଲା ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି।
ଆୟବହିର୍ଭୁତ ସମ୍ପତି ଠୁଳ ଅଭି ଯୋଗରେ ଭିଜିଲାନ୍ସର ତିନିଟା ଟିମ୍ ଏହି ଚଢ଼ାଉ କରିଛି ଏଥିସହ ତାଙ୍କ କାର୍ଯ୍ୟାଳୟର ଜଣେ ଠିକା କର୍ମଚାରୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ଘରେ ମଧ୍ୟ ଏକକାଳୀନ ଚଢାଉ ଜାରି ରହିଛିା ଜୟପୁରସ୍ଥିତ ପ୍ରକଳ୍ପ ଉପନିର୍ଦେଶକଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି।
ବର୍ତ୍ତମାନ ସୁଦ୍ଧା ଜୟପୁର ବାସଭବନରୁ ଦେଢ଼କୋଟି ଟଙ୍କା ମିଳିଥିବା ବିଶେଷ ସୁତ୍ରରୁ ଜଣାପଡିଛିା
ଏଥିସହ ରାଜ୍ୟର ସାତଟି ସ୍ଥାନରେ ଚଢାଉ ଜାରି ରହିଛି। ମହାପାତ୍ରଙ୍କ ଭୁବନେଶ୍ୱର ହାଉସିଙ୍ଗବୋର୍ଡ କଲୋନୀ, ଭିମଟାଙ୍ଗି, କଟକସ୍ଥିତ ବାଲିସାହିର ପୈତୃକ ବାସଭବନରେ ଚଢାଉ ଜାରି ରହିଛି। ତେବେ ଯାଞ୍ଚ ପରେ ସବିଶେଷ ତଥ୍ୟର ସୂଚନା ଦିଆଯିବ ବୋଲି ଭିଜିଲାନ ଟିମ୍ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930