Indus Valley Times

ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ମିଳିଲା ନୂଆ ସଭାପତି, ପଙ୍କଜ ଲୋଚନ ମହାନ୍ତି ନିର୍ଦ୍ଵନ୍ଦରେ ନିର୍ବାଚିତ

 Breaking News

ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ମିଳିଲା ନୂଆ ସଭାପତି, ପଙ୍କଜ ଲୋଚନ ମହାନ୍ତି ନିର୍ଦ୍ଵନ୍ଦରେ ନିର୍ବାଚିତ

ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ମିଳିଲା ନୂଆ ସଭାପତି, ପଙ୍କଜ ଲୋଚନ ମହାନ୍ତି ନିର୍ଦ୍ଵନ୍ଦରେ ନିର୍ବାଚିତ
February 23
19:00 2025

କଟକ, ୨୩/୨: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର ନୂତନ ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ।
ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଥିଲେ। ବବିଦାସଙ୍କ ଇସ୍ତଫା ପରେ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ବାରବାଟୀ ଫ୍ଲଡଲାଇଟ ବିଭ୍ରାଟ ନେଇ ନବ ନିର୍ବାଚିତ ସଭାପତି ପଙ୍କଜ ଲୋଚନ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି।
ସୂଚନାଯୋଗ୍ୟ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଉପସଭାପତି ଥିବା ପଙ୍କଜ ଲୋଚନ ମହାନ୍ତି କାମଚଳା ସଭାପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031