Indus Valley Times

ବୌଦ୍ଧରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

 Breaking News

ବୌଦ୍ଧରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

April 02
17:31 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୪ : ବୌଦ୍ଧରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜ ନିଜର ଶିକ୍ଷାନୁଷ୍ଠାନ ପରିସରରେ ପ୍ରଭାତଫେରି କାର୍ଯ୍ୟକ୍ରମ ପାଳନ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗିତ ଓ ସ୍ଲୋଗାନ ସହରସାରା ପରିବେଶଣ କରାଯାଇଥିଲା ।
ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଯେ।ଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ,ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଚନ୍ଦ୍ରଚୂଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁବାଷ ବୋଷ ଓ ଡ.ବି ଆର ଆମ୍ବେଦକରଙ୍କ ଙ୍କ ପ୍ରତିର୍ମୂର୍ତ୍ତିରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ମଧୁସୂଦନ ଦାସଙ୍କ ପ୍ରତିର୍ମୂିରେ ବାପୁଜୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବିଜୁ ପଟ୍ଟନାୟକଙ୍କ ପ୍ରତିର୍ମୂିରେ ଟୁଟୁସିଙ୍ଗା ଉଚ୍ଚ ବିଦ୍ୟାଳୟ, ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିର୍ମୂିରେ ମାଳିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ନଟବର ପ୍ରଧାନଙ୍କ ପ୍ରତିର୍ମୂିରେ ଖଲିଆବଗିଚା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ସହ ମାଲ୍ୟାର୍ପଣ କରିଥିଲେ । ସେହିପରି ଟାଉନହଲ ସମ୍ମୁଖରେ ସ୍ଥାପିତ ବୌଦ୍ଧର ସ୍ୱାଧୀନତା ସଂଗ୍ରାମୀ ପ୍ରହ୍ଲାଦ ବିଶି ଏବଂ ପ୍ରେମଶଙ୍କର ପଟ୍ଟନାୟକ ଏବଂ ହାତୀଶାଳ ଛକଠାରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ପ୍ରତିର୍ମୂିରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା ।
ଅପରାହ୍ନରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ବୌଦ୍ଧ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କର ଫଟୋଚିତ୍ର ଏବଂ ଫିଲାଟେଲିଷ୍ଟ ବିଶ୍ୱନାଥ ମିଶ୍ରଙ୍କ ଦ୍ୱାରା ସଂଗୃହୀତ ଡାକଟିକଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।
ସନ୍ଧ୍ୟାରେ ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ,ଜିଲାପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ କୁମାର ରଥ,ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ପ୍ରମୁଖ ଯୋଗଦେଇ ଓଡ଼ିଶା ଦିବସ ପାଳନର ଆବଶ୍ୟକତା ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ମହାପୁରୁଷମାନଙ୍କ ସଂପର୍କରେ ଆଲୋଚନା କରିଥିଲେ ।
ସଭା କାର୍ଯ୍ୟକ୍ରମ କୁ ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ, ବୌଦ୍ଧ ହାଡିବନ୍ଧୁ ମହା କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଛାତ୍ରୀ ଅନ୍ଵେଷା ମିଶ୍ର ଏବଂ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ବର୍ଷାରାଣୀ ମେହେର ପରିଚାଳନା କରିଥିଲେ ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ ।ମୁକ୍ତ କୁଇଜ ପ୍ରତିଯୋଗିତା କୁ ସହକାରୀ ଶିକ୍ଷକ ନବ ଦୀପ, ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସି ଆର ସି ସି ବୌଦ୍ଧଗଡ଼ ଏନ. ଏ. ସି. ସତ୍ୟ ନାରାୟଣ ସାହୁ ପରିଚାଳନା କରିଥିଲେ ।
ଏହି ଅବସରରେ ପାଲା,ଦାସକାଠିଆ,କୁଇଜ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇ ଥିଲା । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ କ୍ରୀଡା, ସଂସ୍କୃତି, ସ୍ୱାସ୍ଥ୍ୟ, ପରିମଳ ଆଦି ବିଭି ନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୩୦ ଜଣଙ୍କୁ,ଆଗରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ, ସାଂସ୍କୃତିକ ପ୍ରତିଯୋଗିତା, ସଂସ୍କୃାତି କ କାର୍ଯ୍ୟକ୍ରମ ପ୍ରଦର୍ଶନ, ମାଆ ପୂର୍ଣ୍ଣମାସୀ ମହିଳା ପାଲା, ବହିରା, ଜାଗ୍ରୁତୀ ବିଜୟା ପାଲା ଦଳ, ମହାକୁଡ଼ପାଲି, କୃଷ୍ଣଚନ୍ଦ୍ର ମିଶ୍ର ଓ ସାଥି ଦାସକାଠିଆ ପ୍ରଦର୍ଶନ କରିଥିବା ବହୁ କଳାକାର ଙ୍କୁ ଅତିଥି ମାନେ ପ୍ରମାଣପତ୍ର ଓ ପୁରସ୍କାର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930