Indus Valley Times

ଗୋମାଂସ କାଟି ଦୁଇ ଗିରଫ: ମାଂସ ଜବତ

 Breaking News

ଗୋମାଂସ କାଟି ଦୁଇ ଗିରଫ: ମାଂସ ଜବତ

April 05
21:46 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୫/୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବାଲିଗୁଡା ଥାନା ଅର୍ନ୍ତଗତ ସିତାପଡି ଠାରେ ଗୋମାଂସ କଟାଯାଉଥିବା ଖବର ବାଲିଗୁଡା ବଜରଙ୍ଗଦଳ ପାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ସେଠିକାର ପରିସ୍ଥିତି ଅନୁଧ୍ୟାନ କରିବା ସହ ଗୋମାଂସ କଟାଯାଉଥିବା ଦେଖିବା ପରେ ସଙ୍ଗେସଙ୍ଗେ ବାଲିଗୁଡା ଥାନାକୁ ଖବର ଦେଇଥିଲେ ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋ-ମାଂସ କାଟୁଥିବା ତିନି ଜଣଙ୍କୁ ଧରିବାକୁ ଚେଷ୍ଟାକଲା ସମୟରେ ଜଣେ ଚମ୍ପଟ ମାରିଥିଲା । ସେଠାରୁ ଗୋମାଂସକୁ ଜବତ କରିବା ସହ ଦୁଇଜଣକୁ ଘଟଣା ସ୍ଥଳରୁ ହିଁ ଗିରଫ କରିଥିଲେ ।
ଗିରଫ ଦୁଇଜଣ ହେଲେ କାଳିଆ ନାୟକ ଓ ନୋଏଲ ନାୟକ । କେଶନଂ. ୧୦୫/୨୫ ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଆଇଆଇସି ସମ୍ବିତ ସ୍ୱାଇଁ ସୁଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ,ବର୍ତ୍ତମାନ ଚଳିତ ମାସ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ଦଣ୍ଡନାଚ ଆରମ୍ଭ ହୋଇଥିବା ଯୋଗୁଁ ସମଗ୍ର ଅଞ୍ଚଳରେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିବା ବେଳେ ଏହିଭଳି ଗୋମାଂସ କାଟିବା ଘଟଣାକୁ ନେଇ ବିଭିନ୍ନ ମହଲ ରୁ ଘୋର ନିନ୍ଦା କରାଯାଇଛି ।
ଦୁଇ ବର୍ଷ ପୁର୍ବରୁ ଅବଧି ସରିଲାଣି,ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ : ଲୋକ ସେବାରେ ଲାଗିବ କେବେ ?
ବାଲିଗୁଡା,୫/୪ : ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଖରାଦିନରେ ପଇବା ପାଣି ସମସ୍ୟା ଜଟିଳ ହେବାକୁ ଲାଗିଲାଣି । ଖରା ବଢି ଚାଲିଥିବା ବେଳେ ପାଣି ମୁନ୍ଦାଏଁ ପାଇଁ ଡହକ ବିକଳ ହେଉଛନ୍ତି ଗାଁ ଲୋକେ ଓ ଚୁଆଁ ଏବଂ ନାଳ ଉପରେ ଭରସା କରୁଛନ୍ତି ଗ୍ରାମାଂଚଳବାସୀ ।
ଖରା ହୋଇଗଲେ ଚୁଆଁ ଶୁଖିଯାଉଛି ,ଲୋକେ ମୁନ୍ଦାଏ ପାଣି ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ । ଏପରି ସ୍ଥିତିରେ ବାଲିଗୁଡା ବ୍ଲକରେ ୧୪ ଟି ପଞ୍ଚାୟତର ୨୪୪ ଟି ଗ୍ରାମ ରହିଛି କିନ୍ତୁ ଅଦ୍ୟାବଧି ଏହି ୨୪୪ ଗ୍ରାମରୁ ମାତ୍ର ୩୬ ଗୋଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହୋଇପାରିଛି ।
ଏହାକୁ ଦୃଷ୍ଟିଦେଇ ତତ୍କାଳୀନ ନବୀନ ସରକାର ବାଲିଗୁଡା ବ୍ଲକ ନିମନ୍ତେ ୧୦୨ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ।
ଏହି ମେଗା ପାନୀୟ ଜଳ ପ୍ରକଳ୍ପଟି ୧ମାର୍ଚ୍ଚ୨୦୨୧ ମସିହାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଏହି କାର୍ଯ୍ୟକୁ୧ମାର୍ଚ୍ଚ ୨୦୨୩ ଦୁଇବର୍ଷ ମଧ୍ୟରେ ସାରିବାକୁ ଧାର୍ଯ୍ୟ କରାଯାଇଥିଲା । ଧାର୍ଯ୍ୟର ଦୁଇବର୍ଷ ପୁରି ଆହୁରି ଏକ ବର୍ଷ ବିତିଯାଇଥିଲେ ସୁଧା ବର୍ତମାନ ପର୍ଯ୍ୟନ୍ତ ଏହି ମେଗା ପ୍ରକଳ୍ପର କାର୍ଯ୍ୟ ସରିନାହିଁ ।
ପ୍ରାୟ ୬୦ରୁ୭୦ ଶତକଡା କାମ ସରିଛି ବୋଲି ଆଲୋଚନା ହେଉଛି । ଏହି ପାନୀୟ ଜଳ ପ୍ରକଳ୍ପ ହେଲେ ବାଲିଗୁଡା ବ୍ଲକର ୧୪ ପଞ୍ଚାୟତ ରୁ ୧୯୮ଟି ଗାଁ ଓ ବାଲିଗୁଡା ସହରର କିଛି ଅଂଶକୁ ପାନୀୟ ଜଳ ଯୋଗାଣ ହୋଇପାରିବ ।
କିନ୍ତୁ ଏହି କାର୍ଯ୍ୟ କେବେ ସରିବ ଲୋକଙ୍କ ସେବାରେ କେବେ ଆସିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ସୁଚନା ଯୋଗ୍ୟ ଯେ, ୧୪ ପଞ୍ଚାୟତରେ ୨୪୪ ଗ୍ରାମ ଅଛି ମାତ୍ର ୩୬ ଗୋଟି ଗ୍ରାମକୁ ଜଳ ଯୋଗଣ ହେଉଛି ।
୧୪ ପଞ୍ଚାୟତରେ ୨୦ଟି ପାଣିଟାଙ୍କି ରହିଛି ,ସୌର ପ୍ରକଳ୍ପ ୬୪ଟି ରହିଛି ଏବଂ ସମସ୍ତ ପଞ୍ଚାୟତରେ ୧୬୪୭ ଟି ନଳକୁପ ରହିଛି ।
ବର୍ତମାନ ସୁଦ୍ଧା ୨୦୮ଟି ଗ୍ରାମକୁ ଜଳ ଯୋଗାଣ ହୋଇପାରିନି । ଯେଉଁ ଗ୍ରାମ ଗୁଡିକୁ ଜଳ ଯୋଗାଣ ହୋଇପାରିନି ଓ ଅଧିକାଂଶ ଗ୍ରାମରେ ନଳକୁପ ଥିଲେ ବି ଅଚଳ ହୋଇ ପଡିରହିଛି ସେହି ଗ୍ରାମବାସୀ ମାନେ ପାଣି ପାଇଁ ନଦୀ,ନାଳ ଓ ଚୁଆଁ ଉପରେ ଭରସା କରିଥାନ୍ତି ।
ଏହି ପ୍ରକଳ୍ପ ଶୀଘ୍ର ସାରିବା ସହ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସାଧାରଣରେ ଦାବୀ ହେଉଛି ।
ଏ ସମ୍ପର୍କରେ ବିଭାଗୀୟ ଆରଡବ୍ଲୁଏସଏସ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ବେହେରା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ସରିବାକୁ ଆସିଲାଣି ଓ ଅତିଶୀଘ୍ର ଏହି ମେଗା ଜଳପ୍ରକଳ୍ପରୁ ଲୋକଙ୍କୁ ପାଣି ଯୋଗଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930