Indus Valley Times

ସାରସ୍ୱତ ତୀର୍ଥକ୍ଷେତ୍ର ଭାବେ ମାନ୍ୟତା ପାଇଲା ବାଜପୁର ,ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ରେ ପହଞ୍ଚିଲା ‘ ଅଖିଳଚକ୍ର-ଓଡ଼ିଶା’

 Breaking News

ସାରସ୍ୱତ ତୀର୍ଥକ୍ଷେତ୍ର ଭାବେ ମାନ୍ୟତା ପାଇଲା ବାଜପୁର ,ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ରେ ପହଞ୍ଚିଲା ‘ ଅଖିଳଚକ୍ର-ଓଡ଼ିଶା’

May 02
22:26 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨/୫: ଯାଜପୁର ଅଞ୍ଚଳର ଲବ୍ଧପ୍ରତିଷ୍ଠିତ ‘ଅଖିଳଚକ୍ର-ଓଡ଼ିଶା’ ପକ୍ଷରୁ ଖୋର୍ଦ୍ଧା ପଞ୍ଚାୟତ ସମିତି ଅନ୍ତର୍ଗତ ବାଜପୁର ଗ୍ରାମକୁ ଶୁକ୍ରବାର ‘ସାରସ୍ବତ ତୀର୍ଥକ୍ଷେତ୍ର’ ମାନ୍ୟତା ପ୍ରଦାନ କରାଯାଇଛି।
ମହାନ୍ ସ୍ବାଧୀନତା ସଂଗ୍ରାମୀ, କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ରଙ୍କ ୫୭ ତମ ବଳିଦାନ ଦିବସ ଅବସରରେ ଆୟୋଜିତ ସମାରୋହରେ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଫଳରେ ଏଥିନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।
ପ୍ରାରମ୍ଭରେ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ମିଶ୍ରଙ୍କ ଜନ୍ମପୀଠ ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ରେ ‘ସାରସ୍ବତ ତୀର୍ଥକ୍ଷେତ୍ର’ ଫଳକ ଅଖିଳଚକ୍ର-ଓଡ଼ିଶାର ସଭାପତି ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଓ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସମ୍ପାଦକ ହରେକୃଷ୍ଣ ପଣ୍ଡା ଅନାବରଣ କରାଯାଇଥିଲା। ପରେ ପଣ୍ଡିତ ମିଶ୍ରଙ୍କ ବ୍ୟବହୃତ ଘଣ୍ଟା, ଖଟୁଳି, କଠଉ, ଖଟ ଆଦିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ମିଶ୍ର ଓ ଶିକ୍ଷକ ରତ୍ନ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା।
ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଜପୁର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ଆଜାଦି କା ଅମୃତ ମହୋତ୍ସବ ସ୍ମୃତି ଫଳକରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ।
ଏହି ପରିପ୍ରେକ୍ଷୀରେ ବାଜପୁର ଯୁବକ ସଂଘ ପରିସରରେ ଆୟୋଜିତ ସଭାରେ ମଖ୍ୟଅତିଥି ରୂ‌ପେ ଆକାଶବାଣୀ ଗୀତିକାର ବସନ୍ତ ଦାସ, ମୁଖ୍ୟବକ୍ତା ରୂପେ ଗୋୖରାଙ୍ଗ ସ୍ବାଇଁ, ସମ୍ମାନିତ ବକ୍ତା ରୂପେ ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦର ଟ୍ରଷ୍ଟି ଡ଼.ଧୀରେନ୍ଦ୍ର ନନ୍ଦ ଓ ସମ୍ମାନିତ ଅତିଥି ରୂପେ ରବୀନ୍ଦ୍ର ପରିଡ଼ା, ସମାଜସେବୀ ଅକ୍ଷୟ କୁମାର ଦାଶ ଓ ସୁକାନ୍ତି ପଟ୍ଟନାୟକ ଏବଂ ନିରାକାର ଦାସ ପ୍ରମୁଖ ଯୋଗଦେଇ ସାରସ୍ବତ ତୀର୍ଥକ୍ଷେତ୍ରର ମାନ୍ୟତା କାହିଁକି ବାଜପୁରକୁ ପ୍ରଦାନ କରାଗଲା, ତା ଉପରେ ଆଲୋଚନା କରିଥିଲେ।
ବିଜେପି ନେତା ରାଜୀବ ଷଡ଼ଙ୍ଗୀ ବାଜପୁରରେ ଏକ ଐତିହାସିକ ତୋରଣ ପ୍ରତିଷ୍ଠା କରାଯିବାକୁ ଦାବି କରିଥିଲେ। ଏହି ଅବସରରେ ପରିଷଦର ସଦସ୍ୟ ସାରଙ୍ଗଧର ମହାପାତ୍ର, ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ, ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମନୋରମା ନନ୍ଦ, ଏଲ୍ଆଇସିର ବରିଷ୍ଠ ଅଧିକାରୀ ଭାଗିରଥି ମଙ୍ଗରାଜ, ସ୍ତମ୍ଭକାର ଉମାଶଙ୍କର ପ୍ରସାଦ ପ୍ରମୁଖ ଯୋଗଦେଇ ଉକ୍ତ ଗ୍ରାମକୁ ସ୍ବାଧୀନତା ସଂଗ୍ରାମର ସ୍ମାରକ ରୂପେ ଘୋଷଣା କରାଯିବାକୁ ଅନୁରୂପ ଦାବି କରିଥିଲେ। ଶେଷରେ କାର୍‌ମେଲ ଇଂରାଜୀ ବିଦ୍ୟାଳୟ ଛାତ୍ର ସୋୖଭବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930