Indus Valley Times

ଆକାଶ ମାର୍ଗ ବା ବାୟୁପଥ (ରେଡ୍) ରୁ ସୁରକ୍ଷା ନିମିତ୍ତ ମକ ଡ୍ରିଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଆକାଶ ମାର୍ଗ ବା ବାୟୁପଥ (ରେଡ୍) ରୁ ସୁରକ୍ଷା ନିମିତ୍ତ ମକ ଡ୍ରିଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆକାଶ ମାର୍ଗ ବା ବାୟୁପଥ (ରେଡ୍) ରୁ ସୁରକ୍ଷା ନିମିତ୍ତ ମକ ଡ୍ରିଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
May 06
22:17 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୬/୫ :ସମ୍ଭାବ୍ୟ ଆକାଶମାର୍ଗ ବା ବାୟୁପଥ (ରେଡ୍) ରୁ କିପରି ଧନ ଜୀବନକୁ ସୁରକ୍ଷା ଦିଆଯାଇପାରିବ ସେ ସମ୍ବନ୍ଧରେ ଆସନ୍ତା କାଲି ୭ ତାରିଖ ଅପରାହ୍ନ ୪ ଘଟିକାରୁ ୪ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ ଭୁବନେଶ୍ୱର ସଦର ମହକୁମା ବାପୁଜୀ ନଗର ଠାରୁ ରାଜମହଲ ଛକ ପର୍ଯ୍ୟନ୍ତ ହେବାକୁ ଯାଉଥିବା ମକଡ୍ରିଲ ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳ ଏବଂ ଜିଲ୍ଲାମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଓସୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ,ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା, ଶ୍ରୀ କିଶୋର କୁମାର ପଣ୍ଡା, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ ଯୋଗଦେଇ ଆସନ୍ତା କାଲି ଅନୁଷ୍ଠିତ ହେବାକୁଥିବା ମକ୍ ଡ୍ରିଲ ସମ୍ବନ୍ଧରେ ଆଲୋଚନା କରିଥିଲେ ।
ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଆଭାଷି ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ଶ୍ରୀ ରୁଦ୍ର ନାରାୟଣ ମହାନ୍ତି,ପୁଲିସ ଉପାୟୁକ୍ତ,ଅଗ୍ନିଶମ ସେବା, ଭୁବନେଶ୍ୱର ମହାନଗର ନିଗମ, ଆଞ୍ଚଳିକ ପରିବହନ ଅଧିକାରୀ , ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଦି ବିଭିନ୍ନ ଆପଦ କାଳୀନ ଅଧିକାରୀ ମାନଙ୍କ ସହ ଆଲୋଚନା କରି ମକଡ୍ରିଲକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମକଡ୍ରିଲ ଆସନ୍ତାକାଲି ବାପୁଜୀ ନଗର ଠାରୁ ରାଜ ମହଲ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ଅପରାହ୍ନ ୪ ଘଟିକା ରୁ ୪ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ ୩୦ ମିନିଟ ପାଇଁ କରାଯିବ । ୪ ଘଟିକା ସମୟରେ ପୁଲିସ ବିଭାଗ ଦ୍ଵାରା ସାଇରନ୍ ବଜାଜିବ ଓ ପ୍ରଜାୟ କ୍ରମେ ୫ ମିନିଟ ପର୍ଯ୍ୟନ୍ତ ରାଜମହଲ ଛକ ପର୍ଯ୍ୟନ୍ତ ବାଜିବ ।
ପରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ପୁଲିସ,ବି ଏମ୍ ସି , ସୂଚନା,କଣ୍ଟୋଲ ରୁମ୍ ବି ଏମ ସି ,କ୍ୟାପିଟାଲ ହସପିଟାଲ କଣ୍ଟ୍ରୋଲ ରୁମ୍, ପ୍ରଶାସନ ସଜାଗ ରହି ଜନସାଧାରଣଙ୍କୁ ପକ୍କା ଓ କଂକ୍ରିଟ ଛାତ ଘରେ ରହିଵା,ପଦାକୁ ବାହାରିବା ନାହିଁ, ଅଟୋରିକ୍ସା ଚାଳନା ବନ୍ଦ ରଖିବା, ଘରେ ଘରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ବାର୍ତ୍ତା ପହଞ୍ଚାଇବା, କୌଣସି ପରିସ୍ଥିତିରେ ଉକ୍ତ ସ୍ଥାନଦେଇ ଜନସାଧାରଣ, ପଶୁପକ୍ଷୀ ଯାନବାହାନ ନ ଯିବା,ବିପଦ ସଙ୍କୁଳ ବ୍ୟକ୍ତିକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ଆଦି ସମସ୍ତ କାର୍ଯ୍ୟର ମକଡ୍ରିଲ କାର୍ଯ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ସମ୍ଭାବ୍ୟ ଆକାଶ ମାର୍ଗରୁ ରେଡ୍ ଖବର ପାଇଲାପରେ ଜନସାଧାରଣଙ୍କୁ ଜାଗ୍ରତ କରିବା ସେମାନେ କିପରି ସୁରକ୍ଷାରେ ରହିବେ ସେ ସମ୍ବନ୍ଧୀୟ ପଦକ୍ଷେପ, ମିଡିଆରେ ସଠିକ୍ ସୂଚନା ଦେବା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା ।
ସ୍ବେଛାସେବୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ,ଏନ ଏସ ଏସ ବାହିନୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଶିକ୍ଷା, ଖାଦ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କ ସେବା କିପରି ଏପରି ଗୁରୁତ୍ଵ ପୂର୍ଣ୍ଣ ସମୟରେ ଯୋଗାଇଦିଯାଇ ଶତ ପ୍ରତିଶତ ଧନ ଜୀବନକୁ ସୁରକ୍ଷା ଯୋଗାଇ ଦିଆଯିବ ସେ ସମ୍ବନ୍ଧରେ ଜିଲ୍ଲାପାଳ ଆସନ୍ତା କାଲି ମକଡ୍ରିଲକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉକି ଏହା ଏକ ଅଭ୍ୟାସ କୌଶଳ ତାଲିମ୍ ଓ ସଚେତନତା କାର୍ଯ୍ୟକ୍ରମ । ଏଥିରେ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ । ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ, ଡେପୁଟି କଲେକ୍ଟର, ରାଜସ୍ବ, ନିବେଦିତା ପରିଡ଼ା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930