Indus Valley Times

ବ୍ରାଉନସୁଗାର ଜବତ ,ପଲସର ସହିତ ଯୁବକ ଗିରଫ

 Breaking News

ବ୍ରାଉନସୁଗାର ଜବତ ,ପଲସର ସହିତ ଯୁବକ ଗିରଫ

ବ୍ରାଉନସୁଗାର ଜବତ ,ପଲସର ସହିତ ଯୁବକ ଗିରଫ
May 10
23:04 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୦/ ୫ :ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୭୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଗୋଟିଏ କଳାରଙ୍ଗର ବଜାଜ୍ ପଲସର ୧୫୦ ଯାହାର ନମ୍ବର ଓଡ଼ି -୧୪-୪୦୨୫ କୁ ଜବତ କରିବା ସହିତ ବ୍ୟବସାୟୀ ସୁମନ୍ତ କୁମାର ବାରିକ ଓରଫ ଗୋଧି କୁ ଅବକାରୀ ବିଭାଗର ମୋବାଇଲ ଟିମ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଅବକାରୀ ମୋବାଇଲ ଟିମ ପକ୍ଷରୁ ମିଳିଛି ।
ତେବେ ଖୋର୍ଦ୍ଧା ସହରର ଅଂଶ ବିଶେଷ ଗୁରୁଜଙ୍ଗ ହୋଇଥିବା ବେଳେ ଏହାର ଆଖପାଖ ଅଞ୍ଚଳ ଖୋଲା ଓ ଜଙ୍ଗଲ ସଦୃଶ ରହିଥିବା ହେତୁ ଏହି ସ୍ଥାନ ମାନଙ୍କରେ ନିଶା ବ୍ୟବସାୟୀ ମାନେ ନିଶା କାରବାର କରିବା ଉଚିତ ମଣୁଛନ୍ତି ।
ଯାହା ଫଳରେ ଖୋର୍ଦ୍ଧା ସହର ମଧ୍ୟରେ ହେଉଥିବା ବ୍ରାଉନସୁଗାର ଵ୍ୟଵସାୟ ଏବେ ଖୋର୍ଦ୍ଧା ଆଦର୍ଶ ଥାନା ଅଧୀନ ଗୁରୁଜଙ୍ଗ ମେଳଣ ପଢିଆ ଏବେ ବ୍ରାଉନସୁଗାର ବ୍ୟବସାୟର ହବ ସ୍ଥଳ ପାଲଟିଛି ।
ଏହି ସ୍ଥାନରେ ବାରମ୍ବାର ପୁଲିସ ପକ୍ଷରୁ ଚଢାଉ କରି ବ୍ରାଉନସୁଗାର ଜବତ କରୁଥିବା ବେଳେ ଅବକାରୀ ବିଭାଗ ମଧ୍ୟ ପୁଲିସ କେଶକୁ ଚାଲେଞ୍ଜ ଦେଇ କେଶ କରିବାରେ ଲାଗିଛି ।
ତେବେ ପୁଲିସ କରୁଥିବା କେସ୍ ରେ କମ ବ୍ରାଉନ ସୁଗାର ଜବତ ହେଉଥିବା ବେଳେ ଅବକାରୀ ବିଭାଗ କରୁଥିବା କେଶରେ ଅଧିକ ମାତ୍ରାରେ ବ୍ରାଉନ ସୁଗାର ଜବତ ହେଉଥିବା ଦେଖିବାକୁ ମିଳୁଛି। ତେବେ ପୁଲିସର କୋହଳ ଦଫା ପାଇଁ ସହରରେ ବ୍ରାଉନସୁଗାର ବ୍ୟବସାୟ ଥମିବା ନା ଧରୁନାହିଁକି ବୋଲି ସାଧାରଣରେ ଏବେ ଚର୍ଚ୍ଚା ହେଉଛି ।
କାରଣ ନିଶା ବ୍ୟବସାୟୀ ମାନେ ଏବେ ସହରରୁ ଦୁରକୁ ଚାଲି ଯାଉଥିବା ବେଳେ ଗ୍ରାମ ବଣ ଜଙ୍ଗଲ ମାନଙ୍କରେ ତାଙ୍କ ସାମ୍ରାଜ୍ୟ ବୃଦ୍ଧି କରୁଥିବା ବେଳେ ଏହାକୁ ରୋକ ଦେବାରେ ପୁଲିସ ବିଭାଗ ଓ ଅବକାରୀ ବିଭାଗ ବିଫଳ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଦୁଇଦିନ ତଳେ ଏହି ସ୍ଥାନରେ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ୨ ଜଣଙ୍କୁ ଗିରଫକରି ୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଅବକାରୀ ବିଭାଗ ଠିକ ଏହାର ଦୁଇଦିନ ପରେ ସମାନ ସ୍ଥାନରୁ ୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31