Indus Valley Times

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ ବ୍ୟବସ୍ଥା

 Breaking News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ ବ୍ୟବସ୍ଥା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶିକ୍ଷାନୁଷ୍ଠାନରେ ଲାଗୁ ହେବ ନୂଆ ସଂରକ୍ଷଣ ବ୍ୟବସ୍ଥା
May 14
19:46 2025

ଭୁବନେଶ୍ୱର, ୧୪/୫: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ରାଜ୍ୟ କ୍ୟାବିନେଟ୍‌ରେ ନୂଆ ସଂରକ୍ଷଣ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ପିଲାମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ । ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଯାହା ସଂରକ୍ଷଣ ପୂର୍ବରୁ ଥିଲା ତାହା ବଳବତ୍ତର ରହିବ। ଚଳିତ ଶିକ୍ଷା ବର୍ଷରୁ ସାମାଜିକ ଓ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫% ସଂରକ୍ଷଣ ଲାଗୁ ହେବ । ଏହି ସଂରକ୍ଷଣ ଉଚ୍ଚ ମାଧ୍ୟମିକ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ବି ଲାଗୁ କରାଯିବ । ଏହା ଓଡ଼ିଆ ଭାଷା ସାହିତ୍ୟ, BPED, MPED ପାଇଁ ବି ଲାଗୁ ହେବ ।
ଏହା ସବୁ ସରକାରୀ ବିଶ୍ବବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ । ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା କ୍ଷେତ୍ରରେ ଲାଗୁ କରାଯିବ । ଏହା ସହିତ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୨୨.୫%, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଛାତ୍ରୀ ମାନଙ୍କ ଲାଗି ୫% ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧% ଆସନ ସଂରକ୍ଷଣ କରାଯିବ।
ମମତା ଓ ମାତୃ ବନ୍ଦନା ଯୋଜନା କାର୍ଯ୍ୟକାରୀ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଝିଅ ଜନ୍ମ ହେଲେ ମା\’କୁ ୧୨ ହଜାର ଆଉ ପୁଅ ଜନ୍ମ ହେଲେ ୧୦ ହଜାର ଟଙ୍କା ମିଳିବ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031