Indus Valley Times

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଓ ମାରଣାସ୍ତ୍ର, ବାଇକ୍‌ରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

 Breaking News

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଓ ମାରଣାସ୍ତ୍ର, ବାଇକ୍‌ରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା ଓ ମାରଣାସ୍ତ୍ର, ବାଇକ୍‌ରେ ଆସି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ
May 17
11:22 2025

ଭୁବନେଶ୍ୱର, ୧୭/୫ : ପୁଣି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ବୁଲିଲା ଖଣ୍ଡା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କିପରି ନିର୍ଭୟରେ ଦୁର୍ବୃତ୍ତମାନେ ଖଣ୍ଡା ଧରି ବୁଲୁଛନ୍ତି ତାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବଡଗଡ ଥାନା ପାଣ୍ଡରା ଛକ ନିକଟ ମାଆ ତାରିଣୀ ସାନିଟାରୀ ଓ ହାର୍ଡୱାର ଦୋକାନ ସମ୍ମୁଖରେ ଏକ ବାଇକ୍‌ରେ ୨ ଜଣ ଦୁର୍ବୃତ୍ତ ଖଣ୍ଡା ଓ ମାରଣାସ୍ତ୍ର ଧରି ବୁଲୁଥିଲେ ।
ଏହି ସମୟରେ ହାର୍ଡୱାର ଦୋକାନ ସମ୍ମୁଖରେ ଥିବା କାର୍‌ର ପଛ କାଚକୁ ଖଣ୍ଡାରେ ଭାଙ୍ଗି ଫେରାର ହୋଇଥିଲେ । ଫଳରେ କାର୍‌ର ଆଲାରାମ୍ ବାଜିଥିଲା। ଶବ୍ଦ ଶୁଣି ଦୋକାନ ବାହାରକୁ ଯିବାକ ଆସି ଦେଖନ୍ତି ତ, ଗାଡ଼ିଟିର ପଛ କାଚ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦିଆଯାଇଛି ।
ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଥିଲା । ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ମଧ୍ୟ ଯାଞ୍ଚ କରିଥିଲା । ବାଇକରେ ଖଣ୍ଡା ଧରି ବୁଲୁଥିବାର ଦୃଶ୍ୟ କଏଦ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930