Indus Valley Times

ରଥ ଉପରେ ମହାପ୍ରଭଙ୍କୁ ଅଧରପଣା ନୀତି ଅନୁଷ୍ଠିତ

 Breaking News

ରଥ ଉପରେ ମହାପ୍ରଭଙ୍କୁ ଅଧରପଣା ନୀତି ଅନୁଷ୍ଠିତ

ରଥ ଉପରେ ମହାପ୍ରଭଙ୍କୁ ଅଧରପଣା ନୀତି ଅନୁଷ୍ଠିତ
July 07
21:27 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୭/୭ : ବାହୁଡ଼ା ପରେ ରଥରେ ବିଜେ କରିଛନ୍ତି ଦାରୁଦିଅଁ । ବାହୁଡ଼ା ଯାତ୍ରାର ତୃତୀୟ ଦିନରେ ରଥ ଉପରେ ଅନୁଷ୍ଠିତ ହୋଇଛି ଅଧରପଣା ନୀତି । ତିନିରଥକୁ ସ୍ୱତନ୍ତ୍ର ଉପଚାରରେ ପୂଜା କରାଯାଇ ପ୍ରସ୍ତୁତ କରାଯାଇଥିବା ସମୟରେ ରଥରେ ବହୁ ଦେବଦେବୀ ବିରାଜମାନ କରିଥାନ୍ତି ।
ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହେବା ପରେ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ତୃପ୍ତ କରିବାକୁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯିବାର ବିଧିକୁ ପାଳନ କରାଯାଇଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ ।
ଛେନା, ଛାଚି, କ୍ଷୀର, ସର, ଗୋଲମରିଚ, କର୍ପୁର, ଜାଇଫଳ, କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହାକୁ ରଥ ଉପରେ ଭଙ୍ଗାଯାଇଥିଲା ।
ପ୍ରତିରଥରେ ତିନିଟି କରି ୯ଟି ହାଣ୍ଡି ଭୋଗ ହୋଇଥିଲା । ମହାପ୍ରଭୁଙ୍କ ଅଧର ସ୍ପର୍ଶ ପଣା ହାଣ୍ଡି ଭୋଗ ହେବା ପରେ ଭଙ୍ଗାଯିବାର ପରମ୍ପରା ଅନନ୍ୟ। ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇ ରଥର ପାର୍ଶ୍ବ ଦେବଦେବୀ ଓ ଅନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧର ହାଣ୍ଡି ଭଙ୍ଗା ଯାଇଥିଲା। ଏହି ସମୟରେ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ନୀତି କୁ ଉପଭୋଗ କରିଥିଲେ ।
ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ସମଗ୍ର ଅଞ୍ଚଳରେ କଡା କଡ଼ି ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ପର୍ଶୁରାମ ବାହିନୀ, ବ୍ରାହ୍ମଣ ସମିତି, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଦାରିଙ୍ଗବାଡିରେ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ:ଷ୍ଟ୍ରବେରୀ-ହଳଦୀ-କଫି ପ୍ରକ୍ରିୟାକରଣ ହେବ
ବାଲିଗୁଡା, ୭/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍ ମୋନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ।
ସେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ପହଞ୍ଚିବା ପରେ ବିଡିଓ ପ୍ରୀତିରଞ୍ଜନ ରଥ ତାଙ୍କୁ ସ୍ବାଗତ କରିଥିଲେ। ପରେ ପରେ ଦାରିଙ୍ଗବାଡ଼ିର କଫି ବଗିଚା ଓ ସେଠାରେ ଥିବା କଫି କାଫେ ସମେତ ହିଲଭିୟୁ ପାର୍କ, ଦଣ୍ଡିମାଠାରେ ଥିବା ମିଶନଶକ୍ତି ମହିଳାଙ୍କ ହଳଦୀ ପ୍ରକ୍ରିୟା କରଣ କେନ୍ଦ୍ର ଓ ସୁଲୁମାହାଠାରେ ରହିଥିବା ମିଶନଶକ୍ତିର ହଳଦୀ ପ୍ରକ୍ରିୟାକରଣ କେନ୍ଦ୍ର ଆଦି ବୁଲି ଦେଖିଥିଲେ।
ପ୍ରକାଶ ଯେ, ମିଶନ ଶକ୍ତିର ମହିଳାମାନେ ଉକ୍ତ ବ୍ଲକର ଏକାଧିକ ସ୍ଥାନରେ ଷ୍ଟ୍ରବେରୀ ଚାଷ କରୁଛନ୍ତି ଏହା କମ୍ ସମୟ ମଧ୍ୟରେ ଚାଷ ଓ ଅମଳ ହେଉଥିବା ବେଳେ ମହିଳାଙ୍କୁ ଲାଭବାନ କରାଉଛି, କିନ୍ତୁ ପ୍ରକ୍ରିୟାକରଣ ବ୍ୟବସ୍ଥା ହୋଇଥିଲେ ଷ୍ଟ୍ରବେରୀ ବର୍ଷ ସାରା ରୋଜଗାର ଦେଇପାରିବ ସ୍କ୍ବାସ୍ ଏବଂ ଜାମ୍ ପ୍ରସ୍ତୁତ କରିବା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ପ୍ରକ୍ରିୟାକରଣ ପାଇଁ ବ୍ୟବସ୍ଥା କରାଗଲେ ଆହୁରି ଅଧିକ ଲାଭବାନ ସହ ଷ୍ଟ୍ରବେରୀ ଚାଷ ଆହୁରି ଅଧିକା ଚାଷୀ କରିପାରିବେ ବୋଲି ନିର୍ଦ୍ଦେଶିକା କହିବା ସହ ଏହାକୁ ସେ ପଦକ୍ଷେପ ନେବେ ବୋଲି ବିଡିଓଙ୍କୁ କହିଥିଲେ। ସେହିପରି ବିଶ୍ୱବିଖ୍ୟାତ କନ୍ଧମାଳ ହଳଦୀର ପ୍ରକ୍ରିୟାକରଣ ସହ ଜିଆଇ ଟ୍ୟାଗ୍ ଲେବଲ୍‌, ବ୍ରାଣ୍ଡିଂ ଲେବଲ୍‌ରେ ବିକ୍ରିବଟା ଓ ପ୍ରକ୍ରିୟାକରଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ସେହିପରି ଜୈବିକ ପଦ୍ଧତିରେ ଚାଷ କରାଯାଇଉଥିବା ତଥା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ଏବେ ଟିଡିସିସି ତୋଳିବା ସହ ତାକୁ କୋରାପୁଟକୁ ପ୍ରକ୍ରିୟା କରଣ ପାଇଁ ପଠାଯାଇ କୋରାପୁଟ ବ୍ରାଣ୍ଡିଂରେ ବିକ୍ରି କରାଯାଉଛି।
ତେଣୁ ଦାରିଙ୍ଗବାଡ଼ିରେ କଫିର ପ୍ରକ୍ରିୟାକରଣ କରାଯିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ। ଏଥିସହ କଫି ଚାଷକୁ ଆହୁରି ଅଧିକ ଜମିରେ ଚାଷ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ମିଶନ ଶକ୍ତିର ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ିରେ ଥିବା ମିଶନଶକ୍ତିର କାଫେରେ ଭୋଜନ କରିଥିଲେ ଓ ମହିଳା ସଦସ୍ୟଙ୍କ ସହ ଆଲୋଚନା କରି ଫେରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930