Indus Valley Times

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକରେ ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଅଭିଯୋଗ ଶୁଣାଣୀ ଶିବିର

 Breaking News

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକରେ ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଅଭିଯୋଗ ଶୁଣାଣୀ ଶିବିର

July 28
18:54 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୮/୭ :ଯାଜପୁର ଜିଲ୍ଲା ରସୁଲପୁର ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ। ଜିଲ୍ଲାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ଜନସାଧାରଣଙ୍କର ଅଭିଯୋଗ ଗୁଡିକୁ ଯାଞ୍ଚ କରିଥିଲେ।
ଏଥିରେ ମୋଟ ୨୦୫ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ୧୦୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଏହି ଶିବିରରେ ପ୍ରଥମାଖଣ୍ଡ ପଞ୍ଚାୟତ ୬ନଂ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଲକ୍ଷ୍ମୀପ୍ରିୟା ସେଠୀ ଜିଲ୍ଲାପାଳଙ୍କୁ ଭେଟ କରିବା ସହ କୌଣସି କାରଣ ନଥାଇ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ କରିଥିଲେ। ଏପରିକି ତାଙ୍କୁ ନ୍ୟାୟ ନମିଳିଲେ ସେ ଆତ୍ମହୁତି ଦେବେ ବୋଲି କହିଥିଲେ।
ଏହା ଶୁଣି ଜିଲ୍ଲାପାଳ ତାଙ୍କୁ ବୁଝାଇଥିଲେ। ମାମଲା କୋର୍ଟରେ ବିଚାରଧୀନ ଥିବାରୁ ସେ ଏହାକୁ ତର୍ଜମା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଶିବିରରେ ଏସପି ୟଶ ପ୍ରତାପ ଶ୍ରୀମଲ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ତେବେ ପୂର୍ବ ଶିବିର ଅପେକ୍ଷା ଏହି ଶିବିରରେ ଅଭିଯୋଗକାରୀଙ୍କ ବେଶ ଭିଡ଼ଥିବା ଦେଖିବାକୁ ମିଳିଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031