Indus Valley Times

ମୟୂରଭଂଜରେ ଜଘନ୍ୟ ହତ୍ୟାକାଣ୍ଡ: ମାଟିତଳୁ ମା-ଝିଅଙ୍କ ମୃତହେଦ ଉଦ୍ଧାର

 Breaking News

ମୟୂରଭଂଜରେ ଜଘନ୍ୟ ହତ୍ୟାକାଣ୍ଡ: ମାଟିତଳୁ ମା-ଝିଅଙ୍କ ମୃତହେଦ ଉଦ୍ଧାର

July 29
18:36 2025

ବାରିପଦା,୨୯/୭ : ମୟୂରଭଞ୍ଜ ଜିଲା କୁଳିଅଣା ଥାନା ସରପଙ୍ଖା ନୂଆଗାଁ ଗ୍ରାମରେ ଏକ ଲୋମହର୍ଷଣ ହତ୍ୟାକାଣ୍ଡକୁ ପୋଲିସ ଖୁଲାସା କରିଛି। ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ।
ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ଦେବାଶିଷ ପାତ୍ର। ମୃତକ ଦ୍ୱୟ ହେଲେ ଅଭିଯୁକ୍ତଙ୍କ ସ୍ତ୍ରୀ ସୋନାଲି ଦଳାଇ ଓ ଶାଶୁ ସୁମତା ଦଳାଇ।
ସୂଚନାଯୋଗ୍ୟ, ୧୨ ଜୁଲାଇରେ ସୋନାଲି ବାପଘରୁ ମାଆ ସୁମତା ସହ ଶାଶୁଘରକୁ ଆସିଥିଲେ। ୧୯ ତାରିଖ କୌଣସି କାରଣରକୁ ନେଇ ଅଭିଯୁକ୍ତ ଦେବାଶିଷ ପଥରରେ ଛେଚି ସ୍ତ୍ରୀ ଓ ଶାଶୁକୁ ନିର୍ମମ ଭାବେ ହତ୍ୟା କରିଥିଲେ।
ଦୋଷ ଲୁଚାଇବାକୁ ଯାଇ ନିଜ ଘର ବାଡିରେ ଗାତ ଖୋଳି ଉଭୟଙ୍କୁ ପୋତିବା ପରେ କଦଳୀ ଗଛ ଲଗାଇ ଦେଇଥିଲେ। ବାପଘରୁ ଆସିବାର ୧୭ ଦିନ ପରେ ଉଭୟ ନିଖୋଜ ଥିବା ନେଇ ସୋନାଲିଙ୍କ ବାପଘର ଲୋକେ ଥାନାରେ ଅଭିଯୋଗ କରିଥିଲେ।
ଯାହାକୁ ନେଇ ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତଙ୍କ ଘରବାଡିରେ ଗାତ ଖୋଳାଯାଇଥିବା ଦେଖି ସନ୍ଦେହ ହୋଇଥିଲା। ଗାତ ଖୋଳିବାରୁ ଉଭୟଙ୍କ ମୃତ ଦେହକୁ ପୋଲିସ ଜବତ କରିଛି। ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିଥିବା ବେଳେ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031