Indus Valley Times

ଗଜପତି: ଆଇଏସଆରଡି:- ୱାନ୍ ଷ୍ଟପ୍ ସେଣ୍ଟର (ସଖି)ର ଷଷ୍ଠ ବାର୍ଷିକ ଉତ୍ସବ ମହାନତା ଏବଂ ଉଦ୍ଦେଶ୍ୟ ସହିତ ପାଳିତ

 Breaking News

ଗଜପତି: ଆଇଏସଆରଡି:- ୱାନ୍ ଷ୍ଟପ୍ ସେଣ୍ଟର (ସଖି)ର ଷଷ୍ଠ ବାର୍ଷିକ ଉତ୍ସବ ମହାନତା ଏବଂ ଉଦ୍ଦେଶ୍ୟ ସହିତ ପାଳିତ

August 02
09:01 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୮ : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଆଇଏସଆରଡି:- ସଖି ୱାନ୍ ଷ୍ଟପ୍ ସେଣ୍ଟର\’ର ଷଷ୍ଠ ବାର୍ଷିକୀ ଉତ୍ସବ ମହାନତା ଏବଂ ଉଦ୍ଦେଶ୍ୟର ସହିତ ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଏହି କେନ୍ଦ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହିତ ପିଡିତା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେବା ତଥା ମହିଳା ଓ ବାଳିକା ହିଂସା କୁ ରୋକିବାରେ ଆଇଏସଆରଡି:- ୱାନ ଷ୍ଟପ କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହି ପ୍ରଶଂସିତ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା ଯୋଗ ଦେଇ ଜିଲ୍ଲା ରେ ହେଉଥିବା ମହିଳା ଓ ବାଳିକା ହିଂସା କୁ ରୋକିବାରେ ତଥା ନିର୍ଯ୍ୟାତିତା ମହିଳା ଓ ବାଳିକାଙ୍କ ପାଇଁ ଏହି କେନ୍ଦ୍ର ର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ବୋଲି ମତବ୍ୟକ୍ତ କରିବା ସହ ଉତ୍ସାହିତ କରିଥିଲେ ।
ଆଶା ଓ ସ୍ଥିରତାର ପ୍ରତୀକ ମଧ୍ୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କାର୍ଯ୍ୟକ୍ରମର ପ୍ରଦୀପ ପ୍ରଜ୍ଜ୍ୱଳନ କରା ଯାଇଥିଲା ।
କାର୍ଯ୍ୟକ୍ରମ ପାଳନ ଅବସରରେ କିଛି ଉଲ୍ଲେଖନୀୟ ବ୍ୟକ୍ତି ବିଶେଷଙ୍କୁ ଯାହାଙ୍କ କି ଅବଦାନ ସଦାସର୍ବଦା ଆଇଏସଆରଡ଼ି ୱାନ ଷ୍ଟପ କେନ୍ଦ୍ର ପାଇଁ ରହି ଆସିଅଛି ସେହିଭଳି କିଛି ବ୍ୟକ୍ତି ବିଶେଷଙ୍କୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସମ୍ମାନିତ କରା ଯାଇଥିଲା ।
ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ଆଇଏସଆରଡ଼ି ୱାନ ଷ୍ଟପ ସେଣ୍ଟର ତରଫରୁ ଏକ ମେଗାଜିନ “ନଭାନ୍ୟୁ” ଉନ୍ମୋଚନ କରା ଯାଇଥିଲା ଏବଂ ଷଷ୍ଠ ବାର୍ଷିକ ଉତ୍ସବ ପାଳନ ଅବସରରେ କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ଵାରା ଛେନା-ପୋଡ଼ କେକ୍ କଟା ଯାଇଥିଲା ।
କାର୍ଯ୍ୟକ୍ରମରେ ଲିଙ୍ଗ-ଭିତ୍ତିକ ହିଂସା ଏବଂ ବାଲ୍ୟବିବାହ ବିରୁଦ୍ଧରେ ଦୃଢ଼ ବାର୍ତ୍ତା ସହିତ ଆକର୍ଷଣୀୟ ସାଂସ୍କୃତିକ ପ୍ରଦର୍ଶନ , ପ୍ରେରଣାଦାୟକ ସଙ୍ଗୀତ , ଗୋଷ୍ଠୀ ନୃତ୍ୟ ଏବଂ ସ୍କିଟ୍ ଅନ୍ତର୍ଭୁକ୍ତ ଥିଲା ।
ଦେଶାତ୍ମବୋଧକ ଗୀତ ଗାଇବା ସମେତ ପ୍ରେରଣାଦାୟକ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲେଖା ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଏବଂ ପ୍ରମାଣପତ୍ର ବଣ୍ଟନ କରାଯିବା ସହିତ ସମ୍ମାନିତ କରା ଯାଇଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସାର ଟୋକନ ଭାବରେ ସାନ୍ତ୍ୱନା ପୁରସ୍କାର ଦିଆ ଯାଇଥିଲା ।
କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ପାରଳା ପୌର ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ନିର୍ମଳା ସେଠୀ , , ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , ଶିଶୁ କଲ୍ୟାଣ ସମିତି ର ସଦସ୍ୟା ଶ୍ରୀମତୀ ମମତା ରାଣୀ ଶତପଥି , ଓଡିଶା ଜୀବୀକା ମିସନ ର ଜିଲ୍ଲା ସଂଯୋଜକ ଶ୍ରୀ ଟିମନ ବାରା , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସଞ୍ଜୋଜିକା ଓଡିଶା ଜୀବିକା ମିଶନ ଶ୍ରୀମତୀ ଶିବାନୀ ପାଣୀଗ୍ରାହୀ , ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମି ର ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ରେ ହେଉଥିବା ମହିଳାଓ ବାଳିକା ହିଂସା କୁ ରୋକିବାରେ ସହାୟତା ହୋଇଥିବା ସ୍ଥଳେ ୱାନ ଷ୍ଟପ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିଥିଲେ। ।
ଏହି ଉତ୍ସବ କାର୍ଯ୍ୟକ୍ରମରେ ଆଇଏସଆରଡି ୱାନ ଷ୍ଟପ ସେଣ୍ଟର ର ନିର୍ଦ୍ଦେଶକ ଶ୍ରୀ ସୁଧିର ସାବତ ଅଧ୍ୟକ୍ଷତା କରି କହିଥିଲେ ଯେ , ମହିଳା ସୁରକ୍ଷା ଏବଂ ସଶକ୍ତିକରଣ ସୁନିଶ୍ଚିତ କରିବାରେ ବହୁ-ଭାଗୀ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ସଫଳତା , ସଚେତନତା ଏବଂ ସାମୁଦାୟିକ ସହଯୋଗକୁ ଆଲୋକିତ କରୁଥିବା ଏକ ସନ୍ଧ୍ୟାର ସ୍ୱର ସୃଷ୍ଟି କରିଥିବା କହିଥିଲେ ।
ଆଇଏସଆରଡ଼ି ୱାନ ଷ୍ଟପ ସେଣ୍ଟରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅତିଥି ମାନଙ୍କୁ ମଞ୍ଚ ଉପରକୁ ଏବଂ ମଞ୍ଚାସୀନ ହେବା ପାଇଁ ସ୍ଵାଗତ ଜଣାଈଥିଲେ ।
ଶେଷରେ ଆଇଏସଆରଡି: ସଖୀ ୱାନ ଷ୍ଟପ କେନ୍ଦ୍ରର ଆଇନ ପରାମର୍ଶ ଦାତା ଶ୍ରୀ ନାଗେଶ୍ଵର ଚୌଧୁରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଆଇଏସଆରଡି: – ୱାନ ଷ୍ଟପ କେନ୍ଦ୍ରର ମଧୁସ୍ମିତା ପାଢୀ , ସୁନିତା ବେହେରା , ମୋହିନୀ ପ୍ରଧାନ , ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର , ଦିବ୍ୟ କୁମାର ସୁଆର , ନିରୁପମା ରାଉଳ ପ୍ରମୁଖ ଉପସ୍ଥିତ ରହି କାର‌୍ୟ୍ୟକ୍ରମ\’କୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ଏହି କାର‌୍ୟ୍ୟକ୍ରମରେ ଓଏସସି: ସେବା ଏବଂ ସଫଳତାର ଏକ ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା , ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031