Indus Valley Times

ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ

 Breaking News

ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ

ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ
August 27
18:50 2025

ଭୁବନେଶ୍ୱର,୨୭/୮ : ଆଜି ହେଉଛଇ ପବିତ୍ର ଗଣେଶ ଚତୁର୍ଥୀ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ସ୍କୁଲ, କଲେଜ, କାର୍ଯ୍ୟāଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି। ଅନେକ ସ୍ଥାନରେ ଗଣେଶ ପୂଜାକୁ ‘ଗଣେଶତ୍ସୋବ’ ଭାବେ ପାଳନ କରାଯାଉଛି। ପୂଜାମଣ୍ଡପ ଗୁଡ଼ିକ ଆଲୋକମାଳାରେ ଝଲସୁଛି। ଦେବଗଡ଼, ‌ତାଳଚେର ଓ ଜଟଣୀରେ ଗଣେଶ ପୂଜା ୧୦ ଦିନ ଯାଏ ଜାରି ରହିବ। ଏହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
ହିନ୍ଦୁ ମାସ ଭାଦ୍ରପଦ ଶୁକ୍ଳପକ୍ଷର ବିନାୟକ ଚତୁର୍ଥୀ ତିଥିରୁ ଆରମ୍ଭ ହୋଇ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଗଣେଶ ପୂଜା ଚାଲିବ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଗାଁରୁ ସହର ଯାଏ ଉତ୍ସବମୁଖର ହୋଇ ଉଠିଛ। ଗଣେଶ ପୂଜା କେବଳ ମହାରାଷ୍ଟ୍ର କି ମୁମ୍ବାଇ ନୁହେଁ, ବରଂ ସମଗ୍ର ଭାରତରେ ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି।
ଗଣପତି ସ୍ଥାପନ ୨୦୨୫ ଅଗଷ୍ଟ ୨୭ (ବୁଧବାର) କରାଯିବା ଉଚିତ। ଏଥର ଗଣେଶ ମହୋତ୍ସବ ବୁଧବାରରୁ ଆରମ୍ଭ ହେବ ଏବଂ ୨୦୨୫ ‌ସେପ୍ଟେମ୍ବର ୬ରେ ଅନନ୍ତ ଚତୁର୍ଦ୍ଦଶୀ ଦିନ ଶେଷ ହେବ। ଅନନ୍ତ ଚତୁର୍ଦ୍ଦଶୀ ଦିନ ବିସର୍ଜନ ହେବ। ଗଣେଶଙ୍କ ଗଣପତି ସଂସ୍ଥାପନ ଏବଂ ପୂଜା ପାଇଁ ସବୁଠାରୁ ଶୁଭ ଏବଂ ସର୍ବୋତ୍ତମ ସମୟ ଜାଣନ୍ତୁ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031