Indus Valley Times

ଦହ୍ୟାଠାରେ ଏକ ପେଡ ମା କେ ନାମ୍ ସଚେତନତା ଶୋଭାଯାତ୍ରା ଯୋଗଦେଲେ କଣ୍ଟାମାଳ ବିଧାୟକ

 Breaking News

ଦହ୍ୟାଠାରେ ଏକ ପେଡ ମା କେ ନାମ୍ ସଚେତନତା ଶୋଭାଯାତ୍ରା ଯୋଗଦେଲେ କଣ୍ଟାମାଳ ବିଧାୟକ

ଦହ୍ୟାଠାରେ ଏକ ପେଡ ମା କେ ନାମ୍ ସଚେତନତା ଶୋଭାଯାତ୍ରା ଯୋଗଦେଲେ କଣ୍ଟାମାଳ ବିଧାୟକ
September 16
10:29 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧୬/ ୯ : ସୋମବାର ଦିନ ୩ ଘଣ୍ଟା ସମୟରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦହ୍ୟା ଠାରେ ଏକ ପେଡ ମା କେ ନାମ୍ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତି ରାଜ୍ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ ।
ସମ୍ମାନୀତ ଅତିଥି ଭାବରେ ବୌଦ୍ଧ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ଅନ୍ୟ ମାନେ ଯୋଗ ଦେଇଥିଲେ ।
ସ୍ଥାନୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଜନ ସାଧାରଣ ସାମିଲ ହୋଇଥିଲେ । ଶୋଭାଯାତ୍ରା ଦହ୍ୟା ବଜାର ଓ ଆଖ ପାଖ ଅଞ୍ଚଳ ପରିକ୍ରମା କରିଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930