Indus Valley Times

ରାଜ୍ୟରେ କଲବଲ କରୁଛି ପ୍ରବଳ ଥଣ୍ଡା

 Breaking News

ରାଜ୍ୟରେ କଲବଲ କରୁଛି ପ୍ରବଳ ଥଣ୍ଡା

ରାଜ୍ୟରେ କଲବଲ କରୁଛି ପ୍ରବଳ ଥଣ୍ଡା
December 14
11:19 2025

ଭୁବନେଶ୍ୱର, ୧୪/୧୨ : ଶୀତରେ କଲବଲ ପୂରା ରାଜ୍ୟ। ପ୍ରବଳ ଡରାଇଲାଣି ଥଣ୍ତା। ଏମିତି ଲମ୍ବା ସମୟ ପ୍ରକୋପ ବହୁତ ବର୍ଷ ହେଲା ଅନୁଭୂତ ହୋଇନଥିଲା ।
ଡିସେମ୍ବର ମାସରେ ଏପର୍ଯ୍ୟନ୍ତ ଲଗାତାର ୮ ଦିନ ଶୀତ ଲହରି ଅନୁଭୂତ ହେଲାଣି। ନଭେମ୍ବରରେବି ୩ ଦିନ ଥରାଇଥିଲ ଶୀତ। ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଏବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ। ଥଣ୍ଡା ପ୍ରକୋପ ଜାରି ରହିବ।
ଶୁକ୍ରବାର ରାତିରେ ୧୬ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ଥିଲା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ, ସେମିଳିଗୁଡ଼ା ୪.୬, ଫୁଲବାଣୀ ୫.୫, ଦାରିଙ୍ଗବାଡ଼ି ୬, କୋରାପୁଟ ୬.୫, ଚିପିଲିମା ୭.୮, ନବରଙ୍ଗପୁର ଓ ରାଉରକେଲା ୮, ଝାରସୁଗୁଡ଼ା ୮.୨, ଭବାନୀପାଟଣା ୮.୫, ଅନୁଗୁଳ ୯, କିରେଇ ୯.୨, ଢେଙ୍କାନାଳ, ରାୟଗଡ଼ା, ବୌଦ୍ଧ ଓ ସୁନ୍ଦରଗଡ଼ରେ ୧୦ ଡିଗ୍ରୀ ରେକର୍ଡ ହୋଇଥିଲା।
ତେବେ ଗତ ବର୍ଷମାନଙ୍କର ରେକର୍ଡ ଅନୁଧ୍ୟାନ କଲେ ଜଣାପଡ଼ୁଛି, ଓଡ଼ିଶାରେ ଗୋଟିଏ ଶୀତ ଋତୁରେ ଅତି ବେଶିରେ ୬/୭ ଦିନ ହିଁ ଶୀତ ଲହରି ଅନୁଭୂତ ହୋଇଥାଏ। ମାତ୍ର ଏଥର ଓଡ଼ିଶାରେ ଏଯାବତ୍ ୧୧ଦିନ ଶୀତ ପ୍ରକୋପରେ ଥରିଲେଣି ରାଜ୍ୟବାସୀ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930