Indus Valley Times

ମନୋହର ଉନ୍ମାଦର ଲହରୀରେ ଝୁମିଲା ଚଇତି ତୃତୀୟ ରଜନୀ,ସଂସ୍କୃତି ଓ ପରମ୍ପରା ହେଉଛି ଆଦିବାସୀଙ୍କ ଅସ୍ମିତା : ମନ୍ତ୍ରୀ ବିଭୁତି ଜେନା

 Breaking News

ମନୋହର ଉନ୍ମାଦର ଲହରୀରେ ଝୁମିଲା ଚଇତି ତୃତୀୟ ରଜନୀ,ସଂସ୍କୃତି ଓ ପରମ୍ପରା ହେଉଛି ଆଦିବାସୀଙ୍କ ଅସ୍ମିତା : ମନ୍ତ୍ରୀ ବିଭୁତି ଜେନା

December 29
12:58 2025

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ରାୟଗଡ଼ା/ଓଡ଼଼ିଶା, ୨୯/୧୨ : ଶୀତୁଆ ସନ୍ଧ୍ୟା ସହିତ ନୃତ୍ୟ ଓ ସଂଗୀତ ଲହରୀର ଓଢଣୀ ସତେ ଯେମିତି ନୂତନ ବଧୂ ସଜ ହୋଇ ବସିଥିବା ଭଳି କବିର ମନକୁ ଆଲୋଡିତ କରୁଛି ରାୟଗଡା ଚଇତି ।
ଜିଲ୍ଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶୁତୋଷ କୁଲକର୍ଣ୍ଣିଙ୍କ ସଭାପତିତ୍ୱରେ ଚଇତି ତୃତୀୟ ରଜନୀ ପାଳନ ହୋଇଥିଲା । ଭାରତୀ କଳା ସଂଗଠନ କଳାକାରମାନଙ୍କ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣରେ ମଞ୍ଚ ଶୋଭାଢ୍ୟ ହୋଇଥିଲା ।
ଆଜି ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରି ବିଭୁତି ଜେନା ଯୋଗଦାନ କରିଥିଲେ । ସବୁଜିମା, ଗାରିମା ସାଙ୍ଗକୁ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ଜିଲ୍ଲାକୁ ଶ୍ରେଷ୍ଠ ସ୍ତରକୁ ନେବା ପାଇଁ ସମସ୍ତ ଅଧିକାରୀଙ୍କ ସମେତ ଲୋକ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ଶ୍ରୀ ଜେନା ।
ଫଗୁଣକୁ କୋଇଲି ଓ ଶ୍ରାବଣକୁ ମୟୁର ଯେମିତି ଅପେକ୍ଷା କରେ ଚଇତିକୁ ସେମିତି ରାୟଗଡ଼ବାସୀ ସେମିତି ଅପେକ୍ଷା କରନ୍ତି । ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ରାୟଗଡା ପୌର ପରିଷଦ ଅଧ୍ୟକ୍ଷ ପି. ମହେଶ ପଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ଗୁଣପୁର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼, ଗୁଡାରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସରମିତା ସବର, ଉପାଧ୍ୟକ୍ଷ ବି.ଯୋଗେଶ୍ୱର ରାଓ, ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲୀପ ପ୍ରମୁଖ ମଂଚାସୀନ ଥିଲେ । ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ମୁଖ୍ୟ ଅତିଥି, ସମ୍ମାନିତ ଅତିଥିଙ୍କ ସମେତ ଜିଲ୍ଲାର ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ, ଅଧ୍ୟକ୍ଷା, ଓ ସମସ୍ତ କାଉନସିଲରମାନଙ୍କୁ ସମ୍ମାନିତ କରିଥିଲେ ।
ସେହିଭଳି ଜିଲ୍ଲାର ରବିନ୍ଦ୍ର ତ୍ରିପାଠୀଙ୍କୁ ଶିକ୍ଷା କ୍ଷେତ୍ରରେ, ରଥିରାମ ଗୌଡ଼ ଏବଂ ଟଙ୍କଧର ନାୟକଙ୍କୁ କ୍ରୀଡା କ୍ଷେତ୍ରରେ, କସ୍ତୁରୀ ସାହୁଙ୍କୁ କଳା ଓ ହସ୍ତତନ୍ତ କ୍ଷେତ୍ରରେ, ନିରଞ୍ଜନ ନାୟକଙ୍କୁ କୃଷି ଓ ସାହିତ୍ୟ କ୍ଷେତ୍ରରେ, ତାପସ କୁମାର ଦଳେଇଙ୍କୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ ପ୍ରଦର୍ଶନ ଯୋଗୁଁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସେହିଭଳି ଚଳିତ ଚଇତି ଭଲିବଲ କ୍ରୀଡ଼ାରେ ବିଜୟ ହାସଲ କରିଥିବା ମାଲିଗାଁ ଟିମ, ଦ୍ବିତୀୟ ସ୍ଥାନରେ ରହିଥିବା କତପେଟା ଟିମ, ୫୦ ରୁ ୬୦ ବର୍ଷ ପୁରୁଷ ବର୍ଗର ୱାକଥନରେ ବିଜୟ ହୋଇଥିବା ଚିତ୍ତରଞ୍ଜନ ରଥ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ବୁଧୁରାମ ମହନ୍ତ, ମହିଳା ବର୍ଗର ବିଜୟୀ ସୁଜାତା ମଣ୍ଡଳ ଓ ଦ୍ବିତୀୟ ସ୍ଥାନରେ ଥିବା ସୁଜାତା ବାରିକ, ବରିଷ୍ଠ ନାଗରିକ ପୁରୁଷ ବର୍ଗର ବିଜୟୀ ତ୍ରିପତି ପଣ୍ଡା, ଦ୍ବିତୀୟ ସ୍ଥାନରେ ଥିବା ମହାମଦ ଅବଦୁଲ ଓ ମହିଳା ବର୍ଗରେ ସନ୍ଧ୍ୟାରାଣୀ ପଲେଇଙ୍କୁ ମଧ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।
ଆଜି ତୃତୀୟ ରାଜନୀରେ ରାୟଗଡା ପୌର ପରିଷଦ ପକ୍ଷରୁ ଇନ୍ଦିରା ଡ୍ୟାନ୍ସ ଏକାଡେମୀର କୁଚିପୁଡି ଏବଂ ଅନାମଚାରୀ, ଡାବୁଗାଁର ସାଇଲୋଡ଼ି ଢେମସା, ରାମନାଗୁଡ଼ା ବ୍ଲକର ଝାଂର୍ଲିଙ୍ଗଗୁଡ଼ା ମେରିହା, କିନ୍ନରଙ୍କ କୋରାପୁଟିଆ ଢେମସା, ଝଂଜାବତି କଳାପରିଷଦର ଢେମସା, ମୁନିଗୁଡା ବ୍ଲକର ସମ୍ବଲପୁରୀ ଏବଂ ଗାୟତ୍ରୀ କଳା ସଂଗଠନର ଆଦିବାସୀ ଢେମସା ନୃତ୍ୟ ସମସ୍ତ ଦର୍ଶକଙ୍କ ମନରେ ଉନ୍ମାଦ ଭରିଥିଲା ।
ଶେଷରେ ଉପଜିଲାପାଳ ରମେଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଂଗୀତ ନିର୍ଦେଶକ, ଗାୟକ, ଏବଂ ଲେଖକ ବିଷ୍ଣୁ ମୋହନ କବିଙ୍କ ସମେତ ନାବ୍ୟା ଯାଇତିଙ୍କ ଗୀତରେ ଦର୍ଶକ ଝୁମିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930