Indus Valley Times

ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବଡ଼ ବୈଠକ; ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟଙ୍କ ସମେତ ଛାମୁଆ ନେତା ଏକାଠି

 Breaking News

ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ବଡ଼ ବୈଠକ; ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟଙ୍କ ସମେତ ଛାମୁଆ ନେତା ଏକାଠି

January 05
19:19 2026

ଭୁବନେଶ୍ୱର,୫/୧: ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ବିଜେଡି ନେତାଙ୍କ ମେଳି ଘଟଣାରେ ଭୟଙ୍କର ରାଗିଲେ ପ୍ରମିଳା। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ମେଳି କ’ଣ? କାହିଁକି କଦର୍ଯ୍ୟ ରୂପ ଦେଉଛନ୍ତି। ଆମେ ବସିବୁନି, କଥା ହେବୁନି ଜିଲାକୁ ନେଇ ଆମର ଆଲୋଚନା ହେଉଥିଲା।
ଆମେ ବବି ବାବୁଙ୍କ ଘରେ ବସୁ । ଜିତୁ ବାବୁ, ଡାନି ବାବୁ, ଆମ ଘରେ ବି ବସୁ। ଜିଲା ଛାତ୍ର ସଭାପତି, ମହିଳା ସଭାପତି ଜିଲା ସଭାପତି କିଏ ହେବ ଆଲୋଚନା କରିବୁନି। ମେଳି କ’ଣ ? ଆମ ଘରେ ଆମେ ବୈଠକ କରିପାରିବୁନି। ଆମେ କିଏ କୁଆଡେ ଯିବୁନୁ। ବନ୍ଧୁବାନ୍ଧବ ରଖିବୁନୁ। ଆମ କଥା କାହିଁ ଦେଖଉଛ। ଆମ ଯାଜପୁରରେ କ’ଣ ହେଇଛଇ କି। ଆମ ଜିଲା ମିଟିଂ ସବୁ ବର୍ଷ ହୁଏ ସବୁ ଥର ହୁଏ କହି ରାଗଗଲେ ପ୍ରମିଳା।
ଆଜି ତାଙ୍କର ଭୁବନେଶ୍ବର ସରକାରୀ ବାସଭବନରେ ଯାଜପୁରର ବିଜେଡି ନେତାମାନେ ଏକାଠି ହୋଇଥିଲେ। ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପ୍ରଣବ ବଳବନ୍ତରାୟ ଉପସ୍ଥିତ ରହିଥିଲେ ।
ବୈଠକରେ ଯାଜପୁର ସଂଗଠନ ନେଇ ଆଲୋଚନା ହେଉଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି କିଛି ଦିନ ପୂର୍ବରୁ ପ୍ରଣବ ପ୍ରକାଶ ଦାସ ବିଜେଡିକୁ ନେଇ ଏକ ବୟାନ ଦେଇଥିଲେ । ବିଜେଡିରେ ଅଲ ଇଜ ନଟ ଓ୍ବେଲ ବୋଲି କହିଥିଲେ ।
ଏହାକୁ ନେଇ ଅନେକ ରାଜନୈତିକ ବୟାନବାଜି ମଧ୍ୟ ସାମ୍ନାକୁ ଆସିଥିଲା । ବିଜେଡି ନେତାଙ୍କ ମଧ୍ୟରେ ମନମାଳିନ୍ୟ ରହିଥିବା ନେଇ ମଧ୍ୟ କହିଥିଲେ । ତେବେ ବର୍ତ୍ତମାନ କୌଣସି ନିର୍ବାଚନ ରହିନଥିଲେ ହେଁ ନେତାଙ୍କ ମଧ୍ୟ ସମ୍ପର୍କ ଠିକ ରଖିବା ପାଇଁ ଏହି ବୈଠକ କରାଯାଉଥିବା ଚର୍ଚ୍ଚା ହେଉଛି । ମାତ୍ର ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930