Indus Valley Times

ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା : ପୋଲିସ ପାଟ୍ରୋଲିଂ ବେଳେ ତିନି ମହିଳା ସହ ଗଞ୍ଜେଇ ଜବତ

 Breaking News

ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା : ପୋଲିସ ପାଟ୍ରୋଲିଂ ବେଳେ ତିନି ମହିଳା ସହ ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା : ପୋଲିସ ପାଟ୍ରୋଲିଂ ବେଳେ ତିନି ମହିଳା ସହ ଗଞ୍ଜେଇ ଜବତ
January 05
20:18 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୫/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପକ୍ଷରୁ ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପୋଲିସ ଦଳର ପେଟ୍ରୋଲିଂ ବେଳେ ଚୋରା ଗଞ୍ଜେଇ ଚାଲାଣକାରୀ ତିନି ଜଣ ମହିଳାଙ୍କୁ ପୋଲିସ ପେଟ୍ରୋଲିଂ ଦଳ ଏସଆଇ ଦମୟନ୍ତୀ ବେହେରା,ଏଏସଆଇ ବାସୁଦେବ ପଣ୍ଡା ଓ ସୁରେନ୍ଦ୍ର ରାଜହଂସଙ୍କ ହାବୁଡ଼ରେ ପଡ଼ିଥିଲେ।
ଉକ୍ତ ଗଞ୍ଜେଇ ଅଖାକୁ ପୋଲିସ ତନଖି କରି ଗଞ୍ଜେଇ ଜବତ କରିଥିଲେ। ପରେ ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ଭାବେ କ.ନୂଆଗାଁ ଅତିରିକ୍ତ ତହସିଲଦାର ବସୁଧା ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ଅଖାରେ ଥିବା ୨୮ କେଜି ଗଞ୍ଜେଇ ସହ ମୋବାଇଲ୍ ଦୁଇଟି ଜବତ କରିଥିଲେ।
ତଦନ୍ତ ଅଧିକାରୀ ଥାନା ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଏ ସକ୍ରାନ୍ତରେ ଥାନା କେସ ନଂ. ୦୪/୨୬ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଚାଲାଣକାରୀ ତିନି ମହିଳା ଆସାମୀ ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତିନିହେଁ ହିରାଦେଇପୁରୁ ଗ୍ରାମର ବିଶ୍ଵନାଥ ସ୍ବାଇଁଙ୍କ ସ୍ତ୍ରୀ ସୁକାନ୍ତି ସ୍ଵାଇଁ, ଗୋଲେଖ ସ୍ବାଇଁଙ୍କ ସ୍ତ୍ରୀ ରୀତା ସ୍ଵାଇଁ ଓ ସନ୍ତୋଷ ଜେନାଙ୍କ ସ୍ତ୍ରୀ ମାନସୀ ଜେନାକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930