Indus Valley Times

ମାରୱାଡ଼ି ସଂଗଠନ ପକ୍ଷରୁ ବାବା ଶ୍ୟାମ ମହୋତ୍ସବ ଅନୁଷ୍ଠିତ

 Breaking News

ମାରୱାଡ଼ି ସଂଗଠନ ପକ୍ଷରୁ ବାବା ଶ୍ୟାମ ମହୋତ୍ସବ ଅନୁଷ୍ଠିତ

ମାରୱାଡ଼ି ସଂଗଠନ ପକ୍ଷରୁ ବାବା ଶ୍ୟାମ ମହୋତ୍ସବ ଅନୁଷ୍ଠିତ
January 25
10:26 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୫/୧ : ସ୍ଥାନୀୟ ମାରୁୱାଡ଼ି ସମ୍ପ୍ରଦାୟ ପକ୍ଷରୁ ବାବା ଶ୍ୟାମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ରାଜସ୍ଥାନର ଖାଟୁ ଅଂଚଳରେ ଏହା ବ୍ୟାପକ ଭାବେ ପାଳିତ ହେଉଥ‌ିବା ବେଳେ ଖୋର୍ଦ୍ଧାରେ ମଧ୍ୟ ଏହାକୁ ଆନନ୍ଦ ହୁଲାସରେ ପାଳନ କରାଯାଇଛି ।
ଖୋର୍ଦ୍ଧା ସହରସ୍ଥିତ ମାରୁଓ୍ବାଡ଼ି ପଟି ଧର୍ମଶାଳାରୁ ଏକ ସୁସଜ୍ଜିତ ରଥ ବାହାରି ମେନ୍‌ରୋଡ଼ ଦେଇ ଗୋଡ଼ିପୋଖରୀ ସ୍ଥିତ ଲକ୍ଷ୍ମୀନାରାୟଣ ମଣ୍ଡପ ଠାରେ ପହଁଚିଥିଲା। ମୃଦଙ୍ଗ, ଝାଞ୍ଜ, ବାଜା, ଢୋଲ, ଶଙ୍ଖ, ଜୟକାର ଧ୍ୱନିରେ ସହରର ପ୍ରକମ୍ପିତ ହୋଇଥିଲା ।
ରାଜସ୍ଥାନ ଅଲୁଅର ଅଂଚଳରୁ ଆସିଥିବା ଗୌରବ ଦତ୍ତ ଏବଂ ଟାଟା ଜାମସେଦ୍‌ପୁର ଅଂଚଳରୁ ଆସିଥିବା ସୋମି ଚୌଧୁରୀ ସଂକୀର୍ତ୍ତନ ପରିବେଶଣ କରିଥିଲେ। ସେହିପରି କଲିକତା ଅଚଂଳରୁ ଆସିଥିବା ଅଙ୍କିତ ପୋହାର ସାଂସ୍କୃତିକ ଗ୍ରୁଫ୍ ଦ୍ବାରା ରଙ୍ଗାରଙ୍ଗ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ମାରୱାଡ଼ି ସଂଗଠନର ସଂଜିବ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ଜ୍ୟୋତିରଂଜନ ଅଗ୍ରୱାଲ(ମୁନା), ସୌରଭ ଅଗ୍ରୱାଲ, କାଳୁ ଶର୍ମା, ରାଜୁ ମୋଦି, ରୀତା ଅଗ୍ରୱାଲ, ସାରଳା ଅଗ୍ରୱାଲ, ଦିପ୍ତି ଶର୍ମା ଏବଂ ସୁନିତା ଅଗ୍ରୱାଲ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ସହର ଏବଂ ଆଖପାଖ ଅଂଚଳର ମାରୁୱାଡ଼ି ସମ୍ପ୍ରଦାୟର ଶତାଧୂକ ମହିଳା, ପୁରୁଷ ଏବଂ ଯୁବପିଢି ଭକ୍ତ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031