Indus Valley Times

ସ୍ପଷ୍ଟ କଲେ ସୁବାସିନୀ: ପ୍ରଥମ ଭୋଟ ଦଳୀୟ ନିଷ୍ପତ୍ତି, ଦ୍ୱିତୀୟ ଭୋଟ ବିବେକାନୁମୋଦିତ

 Breaking News

ସ୍ପଷ୍ଟ କଲେ ସୁବାସିନୀ: ପ୍ରଥମ ଭୋଟ ଦଳୀୟ ନିଷ୍ପତ୍ତି, ଦ୍ୱିତୀୟ ଭୋଟ ବିବେକାନୁମୋଦିତ

ସ୍ପଷ୍ଟ କଲେ ସୁବାସିନୀ: ପ୍ରଥମ ଭୋଟ ଦଳୀୟ ନିଷ୍ପତ୍ତି, ଦ୍ୱିତୀୟ ଭୋଟ ବିବେକାନୁମୋଦିତ
March 19
18:50 2026

ଭୁବନେଶ୍ୱର,୧୯/୩: କ୍ରସ୍ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି। ଗୋଟିଏ ଭୋଟ୍ ସଂତୃପ୍ତ ଓ ଆଉ ଗୋଟିଏ ଭୋଟ ଦିଲ୍ଲୀପଙ୍କୁ ଦେଇଛି। ଦିଲ୍ଲୀପ ରାୟଙ୍କୁ ବିବେକାନୁମୋଦିତ ଭୋଟ୍ ଦେଇଥିବା ସୁବାସିନୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହିତ ମୋର ଲଢ଼େଇ। ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହିଁ। ପ୍ରଥମ ପସନ୍ଦ ଓ ଦ୍ବିତୀୟ ପସନ୍ଦ ଭୋଟ୍ ନେଇ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ସୁବାସିନୀ।
ବସ୍ତା ବିଧାୟିକା ସୁବାସିନୀଙ୍କ ବାସଭବନ ଆଜି ଘେରାଉ କରିଥିଲେ ବିଜେଡି ମହିଳା ନେତ୍ରୀ। ବିଜେଡି ଅଭିଯୋଗ କରିଛି ଯେ, ସୁବାସିନୀଙ୍କ ସ୍ଵାମୀ ରବୀନ୍ଦ୍ର ଜେନାଙ୍କୁ ବିଜେଡି ପରିଚୟ ଦେଇଛି। ହେଲେ ସେ ନିଜ ସ୍ଵାର୍ଥ ପାଇଁ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହଧର୍ମିଣୀ ସୁବାସିନୀ କ୍ରସ ଭୋଟିଂ କରି ବିଶ୍ଵାସଘାତକତା କରିଥିବା ମହିଳା ବିଜେଡି ଅଭିଯୋଗ କରିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31