Indus Valley Times

ନ ୧୧ରୁ ୩ଟା ଯାଏଁ ଜନଗଣନା କରିବେନି ଅଧିକାରୀ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗର ନିଷ୍ପତ୍ତି

 Breaking News

ନ ୧୧ରୁ ୩ଟା ଯାଏଁ ଜନଗଣନା କରିବେନି ଅଧିକାରୀ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗର ନିଷ୍ପତ୍ତି

ନ ୧୧ରୁ ୩ଟା ଯାଏଁ ଜନଗଣନା କରିବେନି ଅଧିକାରୀ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗର ନିଷ୍ପତ୍ତି
April 22
16:48 2026

ଭୁବନେଶ୍ୱର, ୨୨/୪ : ଜନଗଣନା କର୍ମଚାରୀଙ୍କର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ବଢିଛି ଚିନ୍ତା। ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା ଭିତରେ ଏବେ ରାଜସ୍ଵ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଗ୍ରୀଷ୍ମପ୍ରବାହର ତାତି ମଧ୍ୟରେ ବଦଳିଲା ସମୟସାରିଣୀ।
ଏବେ ଦିନ ୧୧ଟାରୁ ୩ଟା ଭିତରେ କୌଣସି ଜନଗଣନା କାର୍ଯ୍ୟ ହେବ ନାହିଁ। କିଛି କର୍ମଚାରୀ ଖରାରେ ଅସୁସ୍ଥ ହେବା ଘଟଣା ପରେ ରାଜସ୍ଵ ବିଭାଗ ଏହି ନିଷ୍ପତ୍ତି ନେଇଛି। ଜନଗଣନା ନିର୍ଦ୍ଦେଶକ ଓ ରାଜସ୍ଵ ବିଭାଗ ସଚିବଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି।
ଜନଗଣନା ବେଳେ କିଛି ଅଧିକାରୀ ଅସୁସ୍ଥ ହେବା ଖବର ଆସିଛି। ତେଣୁ ଖରାରୁ ଦୃଷ୍ଟିରେ ରଖି ଜନଗଣନା ସମୟ ବଦଳାଇବା ନିଷ୍ପତ୍ତି ହୋଇଛି। ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ। ଯେଉଁଠି ଆକ୍ରମଣ ହୋଇଛି।
ସେହି ଘଟଣା ଉପରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି। ଅପରାଧୀଙ୍କୁ ଛଡା ଯିବ ନାହିଁ। ଯିଏ ଆକ୍ରମଣର କରିଥିବ, ସେ ଦୋଷୀ ପାତାଳରେ ଲୁଚି ରହିଥିଲେ ବି ଖୋଜିକି ଆଣିବୁ। ଗୃହ ବିଭାଗ ସହ ଏନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଶୀଘ୍ର ଏନେଇ ଏସଓପି ପ୍ରକାଶ ପାଇବ। ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ସୁରକ୍ଷା ପାଇଁ ଆସିବ ନୂଆ ଝଙଚ। ସେପଟେ ୨୩ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ସ୍କୁଲ କଲେଜ ବନ୍ଦ କରାଯାଇଛି। ହିଟ ୱେଭ ପାଇଁ ଆବଶ୍ୟକ ପଡ଼ିଲେ ଆଗକୁ ମଧ୍ୟ ସ୍କୁଲ ବନ୍ଦ ଅବଧି ବଢିବ ବୋଲି କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ମନ୍ତ୍ରୀ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930