Indus Valley Times

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ, ବିକାଶର ସୋପାନରେ ମହିଳାଙ୍କ ଗୁରୁତ୍ୱ ବଢ଼ିଛି

 Breaking News

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ, ବିକାଶର ସୋପାନରେ ମହିଳାଙ୍କ ଗୁରୁତ୍ୱ ବଢ଼ିଛି

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ, ବିକାଶର ସୋପାନରେ ମହିଳାଙ୍କ ଗୁରୁତ୍ୱ ବଢ଼ିଛି
April 25
23:01 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୫/୪ : ଖୋରଧା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ଜୟୀ ରାଜଗୁରୁ (ଟାଉନ ହଲ୍) ଠାରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଥିଲେ। ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ବିକାଶରେ ମହିଳାଙ୍କ ସହଭାଗିତାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ମହିଳା ମାନେ ସଚେତନ ହେଲେ ପଞ୍ଚାୟତିରାଜ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପାରିବ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା କହିଥିଲେ, ଜନପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ସମନ୍ଵୟ ରହିଲେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ। ସଭାପତି ଅଭିଭାଷଣରେ ଜିଲାପାଳ ଅମ୍ରିତ୍ ଋତୁରାଜ କରିଥିଲେ, ତ୍ରିସ୍ତରୀୟ ଶାସନ ବ୍ୟବସ୍ଥାରେ ମହିଳାମାନେ ନେତୃତ୍ବ ନେଉଛନ୍ତି ।
ଅଙ୍ଗନୱାଡି କେନ୍ଦ୍ରଠାରୁ ଆରମ୍ଭ କରି, ଧାନ ସଂଗ୍ରହ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ଆୟ ବଦ୍ଧିତ, ମୌଳିକ ସେବା ସୁନିଶ୍ଚିତ, କ୍ଷମତାର ବିକେନ୍ଦ୍ରୀକରଣ ଏବଂ ଉଭୟ ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀ କାନ୍ଧକୁ କାନ୍ଧ ମିଳାଇ ବିକାଶ ଦିଗରେ କାର୍ଯ୍ୟ କରି ପଞ୍ଚାୟତ ବ୍ୟବସ୍ଥାଳୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ।
ସେହିପରି ଅତିରିକ୍ତ ଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଥିଲେ, ପ୍ରତ୍ୟେକ ନାଗରିକ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵରେ ସଚେତନ ରହିଲେ ପଞ୍ଚାୟତିରାଜ ବ୍ୟବସ୍ଥା ସଫଳ ହେବ। ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ କହିଥିଲେ, ଭାରତର ଆତ୍ମା ଗ୍ରାମରେ ଅଛି। ତେଣୁ ଗ୍ରାମାଞ୍ଚଳର ବିକାଶରେ ସହଭାଗିତା ଜରୁରୀ। ଖୋରଧା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ ଯୋଗଦେଇ କହିଥିଲେ, ପଞ୍ଚାୟତର ବିକାଶରେ ଦେଶର ବିକାଶ।
ତେଣୁ
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ୱାର୍ଡ ସଭ୍ୟ, ସରପଞ୍ଚ ମାନଙ୍କ ଯେଉଁ କର୍ତ୍ତବ୍ୟ ଦାୟିତ୍ଵ ଅଛି ତାହାକୁ ଶୃଙ୍ଖଳାର ସହ ସୁଚାରୁଭାବେ ପରିଚାଳନା କଲେ ବିକାଶ ଅଧିକରୁ ଅଧ‌ିକ ତ୍ବରାନ୍ବିତ ହେବ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସ୍ବାଗତ ଭାଷଣ ଦେବା ସହ ଅତିଥିଙ୍କ ପରିଚୟ ଏବଂ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।
ବଲାଙ୍ଗୀରରୁ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସର ସିଧାପ୍ରସାରଣ ପ୍ରଦର୍ଶିତ କରାଯାଇଥିଲା। ଶେଷରେ ଖୋର୍ଦ୍ଧା ବ୍ଲକ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ -ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31