Indus Valley Times

ଶିକ୍ଷା ପାଠ୍ୟକ୍ରମରେ ସାଂସ୍କୃତିକ ଭାରତ ବିଷୟ ଯୋଡାଯାଉ – ବୁଦ୍ଧିଜୀବୀ

 Breaking News

ଶିକ୍ଷା ପାଠ୍ୟକ୍ରମରେ ସାଂସ୍କୃତିକ ଭାରତ ବିଷୟ ଯୋଡାଯାଉ – ବୁଦ୍ଧିଜୀବୀ

ଶିକ୍ଷା ପାଠ୍ୟକ୍ରମରେ ସାଂସ୍କୃତିକ ଭାରତ ବିଷୟ ଯୋଡାଯାଉ – ବୁଦ୍ଧିଜୀବୀ
May 10
19:04 2026

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୧୦/୫ : ତା ୧୦-୫: ଥିଙ୍କର୍ସ କ୍ଲବ ର ୧୫୨ ତମ ଆଭାସୀ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଯୋଗ ଦେଇ କହିଲେ ଭାରତର କଳା ସ୍ଥାପତ୍ୟ ସଂସ୍କୃତି ଅତି ସମୃଦ୍ଧ ।
କ।ଳନିରୁପଣ ଗଣନା ପଦ୍ଧତି କେବଳ ଭାରତୀୟ ସଂସ୍କୃତିରେ ଉଲ୍ଲେଖ ରହିଛି ।ଅନ୍ୟ କେଉଁ ଧର୍ମ ବା ସମ୍ପ୍ରଦାୟରେ ଏହା ନାହିଁ ।ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର ସଭାପତିତ୍ବ କରି କହିଲେ ଉଦାରତା ଭାରତର ମୁଖ୍ୟ ଆଧାର ।
ଭାରତୀୟ ବିଚାର ଧାରାରେ ସଂସ୍କୃତି ହେଉଛି ଶୁଦ୍ଧ ଓ ମାର୍ଜିତ । ଯୁକ୍ତି ଯୁକ୍ତ ସହ ଚିନ୍ତା କରିବା ହେଉଛି ଭାରତୀୟ ସଂସ୍କୃତି ।ବିଶ୍ୱ କୁ ଏକ ପରିବାର ମନେ କରିବା ଭାରତୀୟ ସଂସ୍କୃତିର ମୂଳାଧାର ।
ମୁଖ୍ୟ ବକ୍ତା ଡ଼ ଗୌତମ ମହାରଣା ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି ଗୀତ ଗାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ ।
ଶିକ୍ଷା ପାଠ୍ୟକ୍ରମ ରେ ଭାରତୀୟ ସଂସ୍କୃତି ବିଷୟ କୁ ପ୍ରମୁଖ ସ୍ଥାନ ଦେଲେ ପରବର୍ତ୍ତୀ ପିଢ଼ି ଉପକୃତ ହେବେ ବୋଲି କହିଥିଲେ ।
ଡାକ୍ତର ଗୋପାଳ ଦାଶ କହିଲେ ବୈଦିକ ସଂସ୍କୃତିରେ ବିବାହ ହେଲେ ବିବାହ ବନ୍ଧନ ଦୃଢ଼ ହେବ ଓ ଏହି ବିବାହ ଉପାଦେୟତା ସମସ୍ତେ ବୁଝିବା ଜରୁରୀ ।
ସଭାକୁ ଥିଙ୍କର୍ସ କ୍ଲବ ସଭାପତି ସଂଯୋଜନା କରି କହିଲେ ଭାରତ ତପୋଭୂମି,ତ୍ୟାଗ ଭୂମି,ପୁଣ୍ୟଭୂମି ଅଟେ ।ଶେଷରେ ସାମ୍ବାଦିକ ଅରବିନ୍ଦ ରାଉତରାୟ ସମୀକ୍ଷା କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସର୍ବଶ୍ରୀ ବାଲ୍ମିକୀ ନାୟକ,ସୁବାସ ସାହୁ,ଲଲାଟେନ୍ଦୁ ବଡୁ,ନିମାଇଁ ସ୍ୱାଇଁ,ଉମାଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।ପରବର୍ତ୍ତୀ ଆଲୋଚନା ବିବାହ ସଂସ୍କାର ବିଷୟରେ ସଂଗଠିତ ହେବ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031