Indus Valley Times

ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଛାତି ବିନ୍ଧୁଥିବା ବ୍ୟକ୍ତିଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ

 Breaking News

ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଛାତି ବିନ୍ଧୁଥିବା ବ୍ୟକ୍ତିଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ

ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବନୀୟ ଘଟଣା, ଛାତି ବିନ୍ଧୁଥିବା ବ୍ୟକ୍ତିଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଇଦେଲେ ଫାର୍ମାସିଷ୍ଟ
May 13
17:31 2026

କେନ୍ଦ୍ରାପଡ଼ା, ୧୩/୫: ଯୁବକଙ୍କ ଛାତିରେ ହେଉଥିଲା ଯନ୍ତ୍ରଣା । ମେଡିକାଲରେ କୁକୁର କାମୁଡା ରୋଗୀଙ୍କ ପାଖରେ ବସିଥିଲେ । କୁକୁର କାମୁଡ଼ା ରୋଗୀଙ୍କ ବଦଳରେ ସେହି ଯୁବକଙ୍କୁ କୁକୁର କାମୁଡା ଇଞ୍ଜେକସନ୍ ଦେଇଦେଲେ ଫାର୍ମାସିଷ୍ଟ କ୍ଷ କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା କ୍ଷ
ଅଭିଯୋଗ ଅନୁଯାୟୀ, ଅନନ୍ତ ଜେନା ନାମକ ଜଣେ ଯୁବକଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ କ୍ଷ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ନିକଟରେ ଜଣେ କୁକୁର କାମୁଡା ରୋଗୀ ବସିଥିଲେ କ୍ଷ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୁଧୀର ଦଳାଇ ଏକ କୁକୁର କାମୁଡା ଇଞ୍ଜେକସନ ଆଣି ସମ୍ପୃକ୍ତ ରୋଗୀଙ୍କୁ ଦେବା ପରିବର୍ତ୍ତେ ଅନନ୍ତଙ୍କ ଦେହରେ ଫୋଡ଼ି ଦେଇଥିଲେ କ୍ଷ ଫଳରେ ଅନନ୍ତ ଭୟଭୀତ ହୋଇ ପଡିଥିଲେ କ୍ଷ ଇଞ୍ଜେକ୍ସନ ନେବା ପରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ କ୍ଷ
ତେବେ ଭୁଲ ବଶତଃ ଏପରି ହୋଇଯାଇଛି ବୋଲି ଫାର୍ମାସିଷ୍ଟ ସୁଧୀର ଦଳାଇ ସଫେଇ ଦେଇଥିଲେ କ୍ଷ ଅନ୍ୟପଟେ କୌଣସି ଅଘଟଣ ଆଶଙ୍କାରେ ଭୟଭୀତ ହୋଇ ପଡ଼ିଛନ୍ତି ଅନନ୍ତଙ୍କ ପରିବାର ଲୋକେ କ୍ଷ

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930