Indus Valley Times

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

 Breaking News

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ
May 18
17:26 2026

କେନ୍ଦ୍ରାପଡ଼ା, ୧୮/୫ : କେନ୍ଦ୍ରାପଡ଼ାରେ ପୁଣି ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ କର୍ମଚାରୀ। ମହାକାଳପଡ଼ା ନିକଟ ଚଢେଇଗୁଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ରଘୁନାଥ ଦାସଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।
ଅଭିଯୋଗ ଅନୁସାରେ, ସ୍କୁଲର ଜଣେ କର୍ମଚାରୀ ୨୦୨୫ ଅଗଷ୍ଟରୁ କାମ କରୁଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ଦରମା ପାଇନଥିଲେ। ଦରମା ମିଳିବା ପାଇଁ ଉପସ୍ଥାନ ପତ୍ରକୁ ଡିଇଓ କାର‌୍ୟ୍ୟାଳୟକୁ ପଠାଇବାକୁ ସେ ବାରମ୍ବାର ପ୍ରଧାନଶିକ୍ଷକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କାମ କରିଦେବା ପାଇଁ ରଘୁନାଥ ଦାସ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।
ଏନେଇ କର୍ମଚାରୀ ଭିଜିଲାନ୍ସକୁ ସୂଚନା ଦେବା ପରେ ଏକ ଯୋଜନାବଦ୍ଧ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ଟିମ୍ ପ୍ରଧାନଶିକ୍ଷକଙ୍କୁ ଲାଞ୍ଚ ନେଉଥିବା ସମୟରେ ରେଡହ୍ୟାଣ୍ଡ ଧରିଥିଲେ। ତାଙ୍କ ପାଖରୁ ସମ୍ପୂର୍ଣ୍ଣ ୫ ହଜାର ଟଙ୍କା ଜବତ କରାଯାଇଛି।
ଗିରଫ ପରେ ଅଭିଯୁକ୍ତଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930