Indus Valley Times

ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ୧-୧୨ ଜୁନ୍ ମଧ୍ୟରେ ଅନୁଷ୍ଠିତ ହେବ

 Breaking News

ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ୧-୧୨ ଜୁନ୍ ମଧ୍ୟରେ ଅନୁଷ୍ଠିତ ହେବ

ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ୧-୧୨ ଜୁନ୍ ମଧ୍ୟରେ ଅନୁଷ୍ଠିତ ହେବ
May 20
11:58 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୫ : ଆସିଷ୍ଟାଣ୍ଟ ରିକ୍ରୁଟିଂ ଅଫିସର୍, ଆର୍ମି ରିକ୍ରୁଟିଂ ଅଫିସ୍, ଗୋପାଳପୁର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ଯେ, ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା CEE ୦୧ ଜୁନ୍ ରୁ ୧୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ନିଯୁକ୍ତି ବର୍ଷ ୨୦୨୬/୨୭ ପାଇଁ ଅନଲାଇନ୍ ମାଧ୍ୟମ ରେ ଅନୁଷ୍ଠିତ ହେବ। କୋଲକାତାର ନିଯୁକ୍ତି ଜୋନରେ ପରୀକ୍ଷା ସିକିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର ୧୬ ଟି ସହରର ୨୬ ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶା ରାଜ୍ୟର ପରୀକ୍ଷା ସାତଟି ସହରରେ ଅନୁଷ୍ଠିତ ହେବ ।
ସେଗୁଡ଼ିକ ହେଲା ବାଲେଶ୍ୱର, ବ୍ରହ୍ମପୁର (ଗଞ୍ଜାମ), ଭୁବନେଶ୍ୱର, କଟକ, ଢେଙ୍କାନାଳ,ରାଉରକେଲାଓ ସମ୍ବଲପୁର।ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବା ପାଇଁ ପଞ୍ଜିକରଣ ସମୟ ୧୦ ଏପ୍ରିଲ ୨୦୨୬ ରେ ବନ୍ଦ ହୋଇଯାଇଛି ।
ପ୍ରାର୍ଥୀମାନେ www. joinindianarmy.nic. in ରୁ ସେମାନଙ୍କର ଆଡମିଟ୍ କାର୍ଡ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ। ସଫଳତାର ସହ ପଞ୍ଜିକୃତ ପ୍ରାର୍ଥୀ ଯେଉଁମାନେ ସେମାନଙ୍କର ଆଡମିଟ୍ କାର୍ଡ ପାଇ ନାହାନ୍ତି, ସେମାନେ ସେମାନଙ୍କର ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟକୁ ଯାଇପାରିବେ।
କମ୍ପ୍ୟୁଟର ଆଧାରିତ ଅନଲାଇନ୍ ପରୀକ୍ଷାକୁ ବୁଝିବା ଏବଂ ଅଭ୍ୟାସ କରିବା ପାଇଁ ପ୍ରାର୍ଥୀମାନଙ୍କୁ ଙ୍ଗଙ୍ଗଙ୍ଗ. ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.
ସଦ୍ଭ ୱେବସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ଅନଲାଇନ୍ CEE ପରେ, ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ରାଲି ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ଦଲାଲଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି।
ଯେକୌଣସି ପ୍ରଶ୍ନ ପାଇଁ ପ୍ରାର୍ଥୀମାନେ ନିକଟସ୍ଥ ନିଯୁକ୍ତି କାର‌୍ୟ୍ୟାଳୟ ସହିତ ଯୋଗାଯୋଗ କରି ପାରିବେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031