Indus Valley Times

ଜୁଲାଇ ୩ରେ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

 Breaking News

ଜୁଲାଇ ୩ରେ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଜୁଲାଇ ୩ରେ ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
July 01
11:26 2026

ଓଡ଼ିଶା, ୧/୭ : ଜୁନ୍ ମାସର ପ୍ରତିକୂଳ ପାଣିପାଗ ଓ ପାଖାପାଖି ୪୭% ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଥିବା ଓଡ଼ିଶାର ଚାଷୀକୂଳଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ଜୁଲାଇ ମାସରେ ଓଡ଼ିଶାରେ ଦମଦାର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)।
ଆସନ୍ତା ଜୁଲାଇ ୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବା ବେଳେ, ଏହାର ପ୍ରଭାବରେ ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁଲାଇ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଆସନ୍ତା ଦୁଇ ସପ୍ତାହ ଭଲ ବର୍ଷା ହେବ । ଜୁଲାଇ ୫ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗତକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଟ୍ୱିନ୍ ସିଟି କଟକ ଏବଂ ଭୁବନେଶ୍ୱରରେ ବର୍ଷା ଜାରି ରହିଛି ।
ଜୁଲାଇ ମାସରେ ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା, କେନ୍ଦ୍ରୀୟ ଅଞ୍ଚଳ (ମଧ୍ୟ ଓଡ଼ିଶା)ରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ଅଛି । ରାଜ୍ୟର ଉଚ୍ଚଭୂମି ଓ ପୂର୍ବଘାଟ ପର୍ବତମାଳା ଭଳି ଭୌଗାଳିକ ସ୍ଥିତି ମୌସୁମୀ ବାୟୁ ସହ ପ୍ରତିକ୍ରିୟା କରୁଛି ।
ଏହା ପ୍ରଭାବରେ ଉପକୂଳ ଓଡ଼ିଶା ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଜୁଲାଇ ମାସର ପ୍ରଥମ ଦୁଇ ସପ୍ତାହର ବର୍ଷା ରାଜ୍ୟରେ ଧାନ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଜୁନ୍ ମାସର ନିଅଣ୍ଟିଆ ବର୍ଷାକୁ ଭରଣା କରିବାରେ ଲଘୁଚାପ ସହାୟକ ହେବ । ବର୍ଷା ଯୋଗୁ ଧାନ ତଳି ରୋଇବା ଓ ବୁଣା କାମ ସୁବିଧାଜନକ ହେବ । ସେପଟେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।
ଜୁଲାଇ ୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଯାଇପାରେ । କିନ୍ତୁ ଏହା କୌଣସି ଅବପାତ ବା ଗଭୀର ଅବପାତରେ ପରିଣତ ହେବାର ଆଶଙ୍କା ନାହିଁ ।
ଲଘୁଚାପ ଘନୀଭୂତ ହୋଇ ଧୀରେ ଧୀରେ ଆଗକୁ ବଢ଼ିଲେ ଅଧିକ ବର୍ଷା ହୋଇପାରେ । ଆଇଏମଡି ଡିଜି ପୁଣି କହିଛନ୍ତି, ଗ୍ଲୋବାଲ୍ ପାଣିପାଗ ସ୍ଥିତି ଅନୁସାରେ, ଗତ ୧୦ ତାରିଖରେ ଏକ ଦୁର୍ବଳ ଏଲନିନୋ ସ୍ଥିତି ସୃଷ୍ଟି ହେବା ନେଇ ଘୋଷଣା କରାଯାଇଥିଲା ।
ଏବେ ଏହାର ତୀବ୍ରତା ଧୀରେ ଧୀରେ ବଢୁଛି । ଜୁଲାଇ ଏବଂ ଅଗଷ୍ଟରେ ଏହା ‘ମଧ୍ୟମ\’ ସ୍ଥିତିରେ ରହିପାରେ । ସେପ୍ଟେମ୍ବର ବେଳକୁ ଏହା ଏକ ‘ଶକ୍ତିଶାଳୀ\’ ଏଲ୍ନିନୋରେ ପରିଣତ ହେବ ।
ଏହା ପାଣିପାଗ ଉପରେ ପ୍ରଭାବ ପକାଇପାରେ । ଭାରତ ମହାସାଗରରେ ଇଣ୍ଡିଆନ୍ ଓସେନ୍ ଡାଇପୋଲ୍(ଆଇଓଡି) ସେପ୍ଟେମ୍ବର ମାସ ଆଡ଼କୁ ପଜିଟିଭ୍ ସ୍ଥିତିକୁ ଗତି କରିପାରେ ।
ପଜିଟିଭ୍ ଆଇଓଡି ପ୍ରଭାବରେ ସୋମାଲିଆ ଓ ଆରବ ସାଗର ଅଞ୍ଚଳରେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ପାଏ । ଏହା ମୌସୁମୀ ବାୟୁକୁ ଦକ୍ଷିଣ ଗୋଲାର୍ଦ୍ଧରୁ ଭାରତ ଆଡ଼କୁ ଅଧିକ ସକ୍ରିୟ ଭାବେ ପ୍ରବାହିତ କରାଏ । ଏଭଳି ହେଲେ ଏଲ୍ନିନୋର ପ୍ରଭାବ ରୋକିହେବ । ଏହା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଚାଷ କାମ ପାଇଁ ଆଶ୍ୱସ୍ତି ଆଣିବ । ବର୍ଷା ଯୋଗୁ ଜୁଲାଇ ପ୍ରଥମ ସପ୍ତାହରେ ତାପମାତ୍ରା କମ୍ ରହିବ । ମୌସୁମୀ ପ୍ରବାହ ଯୋଗୁ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିପାରେ । ଯେଉଁ ସମୟରେ ବର୍ଷା ନହେବ, ସେଦିନ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଯେଉଁ ସମୟରେ ବର୍ଷା ନହେବ, ସେଦିନ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31